ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ 

ମିଶନ ଶକ୍ତି ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ 

କୋକସରା,୧୧/୧୦ // ମହିଳା ସସକ୍ତିକରଣରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ । ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ବୁଧବାର ଲୋକସେବା ଭବନରୁ ଭିଡ଼ିଓ କନ୍ଫରେନ୍ସରେ ରାଜ୍ୟର ୧୫ ହଜାର ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ କରାଯାଇଛି। କୋକସରା ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ସଭାପତିତ୍ୱରେ ଭିଡ଼ିଓ କନ୍ଫରେନ୍ସ ହଲରେ ମିଶନ ଶକ୍ତିରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଧର୍ମଗଡ଼ ବିଧାୟକ ମୋୖଷଧି ବାଗ କୋକସରା ବ୍ଲକ ପରିସରରେ ମିଶନ ଶକ୍ତିର ମହିଳା କର୍ମଚାରୀଙ୍କୁ ସ୍କୁଟର ବଣ୍ଟନ କରିଥିଲେ। ଏହି ଅବସରରେ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧ. ମାଝୀ, ସିଡିପିଓ ସରୋଜା ଲତା ଦେଇ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଗଜାନନ ନିଆଲ, ଓ ମିଶନ ଶକ୍ତି କାର୍ଯ୍ୟାଳୟର ବିପିଏମ ସୁରେଶ ରାଉତ, ବିଏଲସି, ଓଏଲଏମ, ବିପିସି,ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ବ୍ଲକର ମୋଟ ୧୨ ଜଣ ମହିଳା କର୍ମଚାରୀଙ୍କୁ ଏହି ଯୋଜନାରେ ସ୍କୁଟର ପ୍ରଦାନ କରାଯାଇଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

୧୨୦ ବର୍ଷ ଐତିହ୍ୟ ଜୁନାଗଡ଼ ପିଡବ୍ଲ୍ୟୁଡି ବଙ୍ଗଳା ର ପୁନରୁଦ୍ଧାର ଦାବି

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

Sunil Chandra Nayak

ବନ୍ଧୁଗାଁରେ ମାଣ୍ଡିଆ ମଣ୍ଡିର ଉଦଘାଟନ 

masiha

Leave a Comment

error: Content is protected !!