ଆସେକା ସମ୍ମିଳନୀ ଉଦଯାପିତ
ରାଉରକେଲା: ଭଞ୍ଜଭବନ ଠାରେ ଆଦିବାସୀ ସାମାଜିକ ଶିକ୍ଷା ଓ ସଂlସ୍କୃତିକ ଅନୁଷ୍ଠାନ (ଆସେକା ), ନୋହା ତୀର୍ଲା ଗାଁଓତା ଓ ଯୁୱାନ
ଗାଁଓତା, ରାଉରକେଲାର ମିଳିତ ସହଯୋଗରେ ଦୁଇ ଦିବସୀୟ “ସାନ୍ତାଳୀ ଭାଷା, ସାହିତ୍ୟ, ଧର୍ମ ଓ ସଂସ୍କୃତି” ଆଧାରିତ କର୍ମଶାଳା ଉଦଯାପିତ ହୋଇଯାଇଛି l ବକ୍ତା କାଦେୟ ସୋରେନ ମାତୃଭାଷା ସାନ୍ତାଳୀରେ ଶିକ୍ଷା ଓ ଉଚ୍ଚତର ଶିକ୍ଷା ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ବିସୃତ ଆଲୋଚନା କରିଥିଲେ l ଶ୍ରୀମତୀ ତାଲା ଟୁଡୁ ସାହିତ୍ୟର ଅଗ୍ରଗତିରେ ନାରୀମାନଙ୍କର ଅବଦାନ ଓ ଭାଷା ସଂରକ୍ଷଣ ଉପରେ ଆଲୋଚନା କରିଥିଲେ l ଅଶ୍ୱିନୀ ଭଂଜନ ମୁର୍ମୁ ଡିଜିଟାଲ ଦୁନିଆରେ ସାନ୍ତାଳୀ ଭାଷା ଓ ସଂସ୍କୃତି ଉପରେ ଚର୍ଚ୍ଚା କରିଥିଲେ l ଅର୍ଜୁନ ମାରାଣ୍ଡି, ବର୍ତ୍ତମାନର ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ। ମହିଳା ଅଧିବେଶନ ରେ ସାନ୍ତାଳୀ କବିତା ଓ ଆବୃତ୍ତି ହୋଇଥିଲା। ଅନୁଷ୍ଠାନ ତରଫରୁ ଛୋଟରାୟ ହେମ୍ବ୍ରମ ଙ୍କୁ ସାମ ପାରଗନା ସମ୍ମାନ ୨୦୨୬, ଡାକ୍ତର କ।ଦେୟ ସୋରେନ ଙ୍କୁ ଗୁରୁ ଗୋମକେ ସମ୍ମାନ ୨୦୨୬ ଏବଂ ଦାମ ମୁର୍ମୁ ଓ ଦଖିନ ମୁର୍ମୁ ଙ୍କୁ କୋଏଲ ପଞ୍ଚାନନ ସମ୍ମାନ ୨୦୨୬ ଦ୍ଵାରା ସାମ୍ମାନିତ କରାଯାଇଥିଲା। ଶେଷରେ ସଂlସ୍କୃତିକ ନୃତ୍ୟ ଗୀତ ପରିବେଶିତ ହୋଇ କର୍ମଶାଳା ଟି ଉଦଯାପିତ ହୋଇଥିଲା ବୋଲି ଆସେକାର ମିଡ଼ିଆ ପ୍ରତିନିଧି ରମେଶଚନ୍ଦ୍ର ପାତ୍ର ଜଣାଇଛନ୍ତି l
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

