ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର
ଇଂ ଅତୁଲ୍ୟ ଦେବତାଙ୍କ ଗଳ୍ପ ପୁସ୍ତକ ପାଞ୍ଚଜନ୍ୟ ଉନ୍ମୋଚନ
ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ର ମାସିକ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ପ୍ରାକ୍ତନ ସଭାପତି ଇଂ ଶକ୍ତିପ୍ରସାଦ ସାମନ୍ତରାୟ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ ସୁମନ ଦତ୍ତ ମୁଖ୍ୟଅତିଥି, ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ ସୁଷମା ମୋଦୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ କୁତ୍ରିମ ବୁଦ୍ଧିମତା ଯୁଗରେ ଶିଶୁମାନଙ୍କ ଭବିଷ୍ୟତ ଓ ଜ୍ଞାନ ସହ ମାନବିକତାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ମୁଖ୍ୟ ଅତିଥି ଡ଼ଃ ଦତ୍ତ କହିଲେ ଯେ ସମସ୍ତଙ୍କୁ ସମାଜ ସହ ତାଳ ଦେଇ ଚାଲିବାକୁ ପଡିବ। ମାତ୍ର ଏଆଇ ଅପବ୍ୟବହାର କୁ ରୋକିବା ବା ସତର୍କ ରହିବାକୁ ପଡିବ ସହ ପୂର୍ବାବସ୍ଥା ଓ ସାମ୍ପ୍ରତିକ ଅବସ୍ଥା ମଧ୍ୟରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡ଼ଃ ମୋଦୀ ଶିକ୍ଷା କ୍ଷେତ୍ରରେ ଏଆଇ ର ଭୂମିକା,ଏଆଇ ବ୍ୟକ୍ତିକୈନ୍ଦ୍ରିକ ହୋଇଥିଲେହେଁ ସବୁ କ୍ଷେତ୍ରରେ ଉପଯୋଗୀତା ତଥା ବେଶୀ ଏଆଇ ଉପରେ ନିର୍ଭରଶୀଳ ନହେବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ଏକ ରସାତ୍ମକ ଗଳ୍ପ ପାଠ କରିଥିଲେ। ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଇଂ ସାମନ୍ତରାୟ ସ୍ବାଗତ ଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗ ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଇଂ ଅତୁଲ୍ୟ ଦେବତାଙ୍କ ଗଳ୍ପ ସଂକଳନ ପାଞ୍ଚଜନ୍ୟ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଜ୍ଞାନରଞ୍ଜନ ମିଶ୍ର ପୁସ୍ତକ ସମୀକ୍ଷା କରିଥିବା ବେଳେ ଲେଖକ ଇଂ ଦେବତା ପୁସ୍ତକ କାହିଁକି ଲେଖିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମାଜସେବୀ ମୀନତି ଦେବତା ଏହି ଅବସରରେ ଅନୁଷ୍ଠାନ ଓ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବ୍ରହ୍ମାନନ୍ଦ ପାଢ଼ୀ, ସଂଯୁକ୍ତା ଦାଶ, ଅଶୋକ କୁମାର ପଟ୍ଟନାୟକ, ସୁଭାଷିନୀ ସାହୁ, ସୁନିଲ କୁମାର ମହାନ୍ତି, ଅଭିରାମ ପ୍ରଧାନ, ସୁଶାନ୍ତ ନାଏକ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ପ୍ରୀୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ,କବି, ସାମ୍ବାଦିକ, ସମାଜସେବୀ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

