ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାର ସର୍ବାଙ୍ଗିନ ବିକାଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଶ୍ରୀ ତନ୍ତୀଙ୍କ ଆଲୋଚନା.

ରାଉରକେଲାର ସର୍ବାଙ୍ଗିନ ବିକାଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଶ୍ରୀ ତନ୍ତୀଙ୍କ ଆଲୋଚନା.

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳ, ସାରନଗରୀ ସମେତ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳର ବିକାଶ ସହିତ ଜଡିତ ଥିବା ଅନେକ ଯୋଜନାକୁ ନେଇ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ବିଧାନସଭା ସଚିବାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ବିଧାୟକ ଶ୍ରୀ ତନ୍ତୀ ରାଉରକେଲା କୋଏଲ ନଦୀ କୂଳରେ ଝିରପାଣି ଠାରୁ ପାନପୋଷ ପର୍ଯ୍ୟନ୍ତ ରିଭର ସାଇଟ ରିଙ୍ଗ ରୋଡ଼ ନିର୍ମାଣ ସହିତ ଏହି ଅଞ୍ଚଳକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରିଙ୍ଗରୋଡ଼ କଡ଼ରେ ଭିତ୍ତିଭୂମିର ବିକାଶ କରିବା, ଗ୍ରେଟର ରାଉରକେଲା ଯୋଜନାରେ ଗ୍ରେଟର ଆଉଟର ରିଙ୍ଗରୋଡ଼ ନିର୍ମାଣ କରିବା, ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଅତ୍ୟାଧୁନିକ ସୁବିଧା ସହିତ ଏକ ମଡେଲ ବସଷ୍ଟାଣ୍ଡ ନିର୍ମାଣ କରିବା, ରାଉରକେଲାରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା କରିବା, ଅଞ୍ଚଳଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା କାରଣରୁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନା କରିବା, ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲାଠିକଟା ବ୍ଲକର ୭ଟି ପଂଚାୟତ ମଧ୍ୟରୁ ଯେକୌଣସି ଏକ ସ୍ଥାନରେ ଏକ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନା,ଦୀର୍ଘଦିନ ହେବ ଏହି ଅଞ୍ଚଳରେ କୌଣସି ବାସଗୃହ ଯୋଜନା ହୋଇନଥିବାରୁ ବହୁତଳ ବିଶିଷ୍ଟ ବାସଗୃହ ମାନ ନିର୍ମାଣ କରି ବାସହରା ଏବଂ ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇଦେବା ସମେତ ଅଞ୍ଚଳର ସର୍ବାଙ୍ଗିନ ବିକାଶ ଏବଂ ଅଞ୍ଚଳବାସୀଙ୍କ ନ୍ୟୁନତମ ଆବଶ୍ୟକତାକୁ ନେଇ ବିଧାୟକ ଶ୍ରୀ ତନ୍ତୀ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ମାଝୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ବାରସୁ

Sunil Chandra Nayak

ଆର କେ ଜୁନିୟର କଲେଜରେ”ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

masiha

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

Leave a Comment

error: Content is protected !!