ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

ତା ୧୫.୦୪.୨୦୨୩ରିଖ ଦିବା ୧୧.୦୦ ଘଣ୍ଟିକା ସମୟରେ ପୁରୁଣା ଜିଲ୍ଲାପିରଷବ ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ(ଭା-ପ୍ର.ସେ)ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ପୋଷଣ ପ।ଖଡା-୨୦୨ ୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ ଆରମ୍ଭ କରାଯାଇଥିଲା । ଉକ୍ତ ସମାରୋହରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଏକ୍‌ଜିକ୍ୟୁଟିଭ୍ ଅଫିସର, ଢେଙ୍କାନାଳ ମ୍ୟୁନିସିପାଲଟି, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବୈଜ୍ଞାନିକ(ହୋମ ସାଇନ୍ସ), କୃଷିବିଜ୍ଞାନ କେନ୍ଦ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡିପିସି ମମତା, ଡିପିସି ମିଶନ ଶକ୍ତି, ଜିଲ୍ଲା ସଂଯୋଜକ(ଆକ୍ସନ ଏଡ୍ ଓ ୟନିସେଫ୍), ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ସହାୟିକ, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସ୍ଵେଚ୍ଛାସେବୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସିଡ଼ିପଓ, ଓତାପଡ଼ା ପୋଗ୍ରାମକୁ ସଂଯୋଜନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ପୋଷଣ ପାଖତା-୨୦୨୩ ପାଳନ ଅବସରରେ ବିଗତ ଦିନମାନଙ୍କରେ ହୋଇଯାଇଥିବ। କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ମିଲେଟ୍‌ର ପୌଷ୍ଟିକ ମୂଲ୍ୟବୋଧ ଉପରେ ଦୃଷ୍ଟିପାନ କରି ସମସ୍ତେ ମିଲେଟକୁ ନିଜର ଦୈନନ୍ଦିନ ଖାଦ୍ୟପାନୀୟରେ ବ୍ୟବହାର କରିବାପାଇଁ ଆଲୋକପାତ କରିଥିଲେ। ପୋଗ୍ରାମରେ ଅଂଶ ଗ୍ରହଣ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ(ହୋମ ସାଇନ୍ସ) ସସ୍ମିତା ପାଲ ମାଣ୍ଡିଆ ବ୍ୟବହାର ଉପକାରିତା ଉପରେ ଆ କପାତ କରିଥିଲେ । ମାଣ୍ଡିଆରେ ଅଧିକ ପରିମାଣରେ କ୍ୟାଲସିୟମ, ପ୍ରଚୁର ପରିମାଣରେ ଲୌହସାର ଏବଂ ଫାଇବର ଥିବାରୁ ଏହା ଗର୍ଭବତୀ, ପ୍ରସୂତୀ, ୦-୬ବର୍ଷର ପିଲା ଓ କିଶୋରକିଶୋରୀ ମାନଙ୍କ ପାଇଁ ଅଧିକ ଲାଭବାନ ହେବେ ବୋଲି ସଚେତନ କରିଥିଲେ । ପ୍ରତି ଗ୍ରାମ ସ୍ତରରେ ନିୟୋଜିତ ସରକାରୀ କର୍ମଚାରୀ ଯଥା ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ଏ.ଏନ୍.ଏମ୍. ମାନଙ୍କ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟର ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗତ ୧୫ ଦିନ ଧରି ଚାଲିଥିବା ପୋଷଣ ପାଖୁଡା ସମାରୋହର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣୀ ସମାରୋହରେ ଉପସ୍ଥିତ ଥିବା ୩୯ଜଣ କୃତି ପ୍ରତିଯୋଗୀ ମାନେ ୧୦୦ଜଣ ଲୋକଙ୍କୁ ମାଣ୍ଡିଆ ଚାଷ କରିବା ସହିତ ବ୍ୟବହାର କରିବା ପାଇଁ ସଚେତନ କରିବେ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ମାଣ୍ଡିଆରେ ଅଧିକ ପରିମାଣରେ କ୍ୟାଲସିୟମ, ପ୍ରଚୁର ପରିମାଣରେ ଫାଇବର ଓ ଲୌହସାଉ ଥିବାରୁ ଏହାର ବ୍ୟବହାର କରି ମାତୃ ଓ ଶିଶୁ ମୃତ୍ୟୁ କମାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ପଢୁଥିବା ୩ରୁ ୨ବର୍ଷର ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ ଦେବାପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ମିଲେଟ୍ କେଫ୍ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାରେ ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର କରିଥିବାରୁ ୯ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଓ ଦୁଇଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରଦର୍ଶନ କରାଯାଇଥିବା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟପଦାର୍ଥର ଜିଲ୍ଲାପାଳ ଛୁରି ଭୁରି ପ୍ରଶସ କରିଥିଲେ। ଏହି ଅବସରରେ ୧୧ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିଡାରେ ବିଭିନ୍ନ ବର୍ଗରେ କୃତିତ୍ଵ ଅର୍ଜନ କରିଥିବା ୯ଜଣ ଛାତ୍ରଛାତ୍ରୀ, ୧୦ଜଣ ଅଙ୍ଗନୱାତି ଜର୍ମୀ, ୮ଜଣ ଅଙ୍ଗନବାତୀ ସହାୟିକା, ୧୦ଜଣ ସୁପରଭାକର ଓ ୨ଜଣ ସିଡିସିଓଙ୍କୁ ମାନପତ୍ର ସହିତ ଫଳକ ପ୍ରଦାନକରି ସମ୍ବର୍ଦ୍ଧନା କରାଯାଇଥିଲା । ଏତଦ୍ ବ୍ୟତୀତ ମିଲେଟ୍ କେଫ୍ ମାଧ୍ୟମରେ ମାଣ୍ଡିଆଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟପଦାର୍ଥକୁ ଢେଙ୍କାନାଳ ଜିଲ୍ଲାରେ ପ୍ରଥମେ ବିକ୍ରୟକରିବା ସହିତ ମାଣ୍ଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କୁ ସଚେତନ କରିଥିବାରୁ ଢେଙ୍କାନାଳ ଜିଲ୍ଲାର ୯ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ମାନପତ୍ର ଓ ଫଳକ ପ୍ରଦାନ କରି ଉତ୍ସାହିତ କରିଥିଲେ । ମା ଆଦିଶକ୍ତି ପାଲା ପରିଷଦ, ସିଆରିଆର ଗାୟିକା ହରିପ୍ରିୟା ସ୍ବାଇଁ ଓ ସାଥୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆର ବ୍ୟବହାର ଓ ତାହାର ଉପକାରିତା ବିଷୟରେ ସୁନ୍ଦର ଭାବେ ପାଲା ପରିବେଷଣ କରିଥିଲେ । ସର୍ବଶେଷରେ ନିବେଦିତା ତ୍ରିପାଠୀ, ସିଡିପିଓ ଓଡାପଡା ପ୍ରୋଗ୍ରାମର ପାରାଣ ସକ୍ଷେପରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ପୋଷଣ ଉତ୍ସବ ପାଳିତ 

masiha

ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ

masiha

ପବିତ୍ର ରାମ ନବମୀରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ରେ CRCC ବାବୁଲାଲ ହରିଜନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort