ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର କେ ଜୁନିୟର କଲେଜରେ”ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

ଆର କେ ଜୁନିୟର କଲେଜରେ”ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

ମୟୂରଭଞ୍ଜ – ୦୧/୦୨ // ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଅର.କେ. ଜୁନିଅର କଲେଜରେ ଯୁବ ରେଡ କ୍ରସ ଶାଖା ପକ୍ଷରୁ ଏକ “ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଲେଜ ପରିସର ଭିତରେ ଓ ବାହାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାଯାଇଛି। ଏ ଅବସରରେ କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ କଲେଜର ଅଧ୍ୟାପକ ଅଜୟ କୁମାର ଗିରି, ଶଶିକାନ୍ତ ନନ୍ଦ, ରୂପ ନାରାୟଣ ମଝି, ରମାକାନ୍ତ ପତ୍ର, ସଂଜୀବ କୁମାର ଗିରି, ପ୍ରହ୍ଲାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ସାଧାରଣ ରେ ହେଉଥିବା ଦୁର୍ଘଟଣା କୁ ରୋକିବାରେ ସଡ଼କ ସୁରକ୍ଷା ସଚେତନତା କିପରି ସହାୟକ ହୋଇପାରିବ ଏ ବିଷୟରେ ଆଲୋଚନା କରି ପ୍ରାଞ୍ଜଳ ଭାବେ ବୁଝାଇଥିଲେ l ଏହି ଅବସରରେ ଯୁବ ରେଡ଼ କ୍ରସ ସଂଯୋଜକ ସଂଜୀବ ଗିରି ଙ୍କ ଦ୍ୱାରା ପରିଚାଳିତ ଏକ ରାଲି ରେ ଅନୁଷ୍ଠାନ ର ଅନେକ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

        ରବୀନ୍ଦ୍ର ବେହେରା, ଅଶୋକ ବେହେରା, ସୁଦୀପ ସର୍କର, ମାୟାଧର ସି, ଯୋଗେଶ୍ୱର ତୁଙ୍ଗ, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଭୂମିକା ନେଇଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଅ’ ପତ୍ରିକା ଉନ୍ମୋଚନ

masiha

ରୁପ୍ରା ରୋଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ 2 କଳା ପ୍ରଥମ ବର୍ଷ ପ୍ରବେଶିକା ଉତ୍ସବ ପାଳିତ 

masiha

Leave a Comment

error: Content is protected !!