ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଜୁନିଅର ଫିଲୋସିପ୍ ପାଇଁ ଭରତ ମନୋନୀତ

ଜାତୀୟ ଜୁନିଅର ଫିଲୋସିପ୍ ପାଇଁ ଭରତ ମନୋନୀତ

ପାଟଣାଗଡ ) ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ତଥା ସଂସ୍କୃତି ଗବେଷଣା କେନ୍ଦ୍ର ନୂଆଦିଲ୍ଲୀ ତରଫରୁ ୨୦୨୨/୨୩ ବର୍ଷ ପାଇଁ ଜାତୀୟ ସ୍ତରରେ ପାଟଣାଗଡ଼ ଗଞ୍ଜାଉଡାର ପୁଅ ତଥା ସମସ୍ତ ଅତି ପରିଚିତ ଯୁବ ସଂଗୀତ ଗୁରୁ ଭରତ ବାଗ କନିଷ୍ଠ (ଜୁନିୟର) ଫିଲୋସିପ ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ପାଟଣାଗଡ ବ୍ଳକ ଗଞ୍ଜାଉଡାର ଗ୍ରାମର ବାସିନ୍ଦା ଭରତ ନାଗ । ସେ ପିଲାଟି ଦିନରୁ ଗୀତ,ନାଚ,ବାଦ୍ୟ ଓ ଅଭିନୟ ପ୍ରତି ଗଭୀର ରୁଚି ରଖିଆସୁଥିଲେ । ଅନେକ ଜାନିଯାତ୍ରା, ପର୍ବପର୍ବାଣୀ, ଉତ୍ସବ, ମହୋତ୍ସବ, ବାର୍ଷିକୋତ୍ସବ ଆଦି ରେ ନିଜର ଯାଦୁକରୀ ଗୀତ, ବାଦ୍ୟ, ନୃତ୍ୟ ର ତାଳେ ତାଳେ ଦର୍ଶକ ଙ୍କୁ ଝୁମେଇ ଜିତି ପାରିଛନ୍ତି। ସେ ଅନେକ ପୁରସ୍କାର ଓ ପ୍ରଶଂସାପତ୍ର ପାଇଛନ୍ତି। ସେ ବହୁ ସଂଖ୍ୟାରେ କଳାକାର ଗଢ଼ି ତୋଳିବାରେ ପ୍ରାୟ ହଜାର ରୁ ଉର୍ଦ୍ଧ୍ବ ଶିଷ୍ୟ ସୃଷ୍ଟି କରିପାରିଛନ୍ତି। ବହୁମୂଖୀ କଳାକାର ଅଧିକାରୀ ଭାବରେ ଅଞ୍ଚଳରେ ତଥା ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ବାହାରେ ମଧ୍ୟ ଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ବିଚାରକ ଭାବରେ ବହୁଦିନ ହେଲା କାର୍ଯ୍ୟ ତୁଲାଇଆସୁଥିବା ଯୁବ ଶିଳ୍ପୀ ମାନଙ୍କ ଆର୍ଦଶ। ପଶ୍ଚିମ ଓଡ଼ିଶାର ଲୋକଗୀତ, ଉପରେ ଗବେଷଣା ପାଇଁ ଭରତ ନାଗ ଙ୍କୁ କନିଷ୍ଠ ଜୁନିୟର ଫିଲୋସିପ ପାଇଁ ଭରତ ନାଗ ଙ୍କୁ କନିଷ୍ଠ ଜୁନିୟର ଫିଲୋସିପ ପାଇଁ ମନୋନୀତ କରିଛନ୍ତି। ଭାରତର ସରକାର ଙ୍କ ସଂସ୍କୃତି ମନ୍ତ୍ରାଳୟ ବିଭାଗ। କଳା ପ୍ରତି ସମର୍ପିତ ଙ୍କ ନାମ ପ୍ରକାଶିତ ହେବା ପରେ ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର କଳାପ୍ରେମି, ଜ୍ଞାନ ଗୁଣି ଜନଙ୍କ ମୁହଁ ରେ ହସରେ ଲହରୀ ଖେଳିଯାଇଛି। ଭରତ ଙ୍କ ଏହି କୃତିତ୍ବ ପାଇଁ ଶୁଭେଚ୍ଛା ର ଶୁଅ ଛୁଟିଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସାରା ଓଡ଼ିଶା ଏବେ ଡାଇରିଆରେ କବଳିତ; ପ୍ରଦୂଷିତ ପରିବେଶରେ ଖାଦ୍ୟ ବିକ୍ରି ପ୍ରତି ପ୍ରଶାସନ ହୃଉଛି କଠୋର; ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ହୋଟେଲ ମାନଙ଼୍କରେ ଖାଦ୍ଯ ଯାଞ୍ଚ

masiha

ବରିଷ୍ଠ ସମାଜସେବୀ କୈଳାସ ନାଥ ପତିଙ୍କ ବିୟୋଗରେ ଶୋକ 

masiha

କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!