ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ବାରସୁ

ଢେଙ୍କାନାଳ, ୨୭/୪: ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ୧୨ ଦିନ ଅନସନ ପରେ ଜିଲ୍ଲାପାଳ ସ୍କୁଲ୍ ଅଧ୍ୟକ୍ଷଙ୍କୁ ୪ ଦିନରେ ସମାଧାନ କରିବେ ବୋଲି କହିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସମସ୍ତ ଆନ୍ଦୋଳନରୁ ଆଶାତୀତ ଭାବେ ହଟିଥିଲେ । ଏହା ୨୦ ଦିନ ବିତିଗଲା ପରେ ମଧ୍ୟ କୌଣସି ସମାଧାନ ବାଟ ମିଳୁନି । ଅଭିଭାବକମାନଙ୍କୁ ଅଟହାସ୍ୟ ଓ ରାଜନେତା ଠାରୁ ଡିସି ପ୍ରିନ୍ସିପାଲ୍‌ମାନେ ଭୂଆଁ ବୁଲାଉଛନ୍ତି । ପ୍ଲାନ୍ କରି ପ୍ରିନ୍ସିପାଲ୍ ଅଭିଭାବକମାନଙ୍କୁ କିଛି ପ୍ରଶ୍ନପତ୍ର ଦେଇ ପରୀକ୍ଷା କରାଇ ଗାଇଡ୍‌ଲାଇନ୍‌ର ଧମକ ଦେଇ ଭୂଆଁ ବାଲୁଉଛନ୍ତି । ୧ମାସ ବିତିଗଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ବାଟ ବାହାରିଲା ନାହିଁ । ଚକ୍ରାନ୍ତର ଶିକାର ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲିଖତ ଅଭିଯୋଗ କରିଥିଲେ, କିନ୍ତୁ ମନ୍ତ୍ରୀଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ବର୍ତମାନ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାରମୟ ଅଟେ । ତେଣୁ ସମସ୍ତ ପିଲାଙ୍କର ପାଠପଢା ଆରମ୍ଭ ହୋଇଗଲାଣି । ନା ପୁନଃ ପରୀକ୍ଷା ନା ଫେଲ୍ କି ସମସ୍ତେ ପାସ୍ ଉତର ମିଳୁନି, ଏପରିକି ପିଲାମାନେ ଅପେକ୍ଷାରେ ବସିଛନ୍ତି । ଏହାର କୌଣସି ସମାଧାନ ନହେଲେ ସମସ୍ତ ଅଭିଭାବକମାନେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଜଣାଇଛନ୍ତି । ଏହି ବାବଦରେ ପ୍ରଦ୍ୟୁମ୍ନ କୁମାର ନାୟକ, ସତ୍ୟବାନ ପରିଡା, ଅଭୟ ବେହେରା, ସୁଷମା ସାମଲ, ବିଷ୍ଣୁପ୍ରିୟା ରାଉତ, ବେବିନା ସିଠ, ସୁଜାତା ମଞ୍ଜରୀ ସିଠଙ୍କ ସହିତ ବହୁ ଅଭିଭାବକମାନେ ଏକ ଲିଖିତ ଦରଖାସ୍ତ ନୂଆଦିଲ୍ଲୀ କେ.ଭି ସଂଗଠନ କମିଶନରଙ୍କୁ ପ୍ରଦାନ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବିଭିନ୍ନ ଦାବିକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର କଳା ଵ୍ୟାଚ ପରିଧାନ

masiha

ଦଶ ଦିନ ହେଲା ଲିମସେର ଗାଁରେ ପିଇବା ପାଣି ପାଇଁ ଡହକ ବିକଳ

Sunil Chandra Nayak

ଯାମଦା ରେ ସାନ୍ତାଳ ହୁଲ୍ କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀ ସିଦ୍ଧ କାହ୍ନୁଙ୍କୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗଭୀର ଶ୍ରଦ୍ଧାଞ୍ଜଳି 

Leave a Comment

error: Content is protected !!