ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

ସପ୍ତାହର ପ୍ରତି ଚାରି ଦିବସରେ ଦହି,ଲେମ୍ବୁ ,ସରବତ ଓ ଓଆର୍.ଏସ୍ ବଣ୍ଟନ କରାଯିବ

 ମୟୂରଭଞ୍ଜ – (ମସିହା) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର-ଜାମଦା ରାସ୍ତାକଡ଼ ତଥା ଜାମଦା ବ୍ଲକର ଶଙ୍କରପୁର(ଲୁପୁଙ୍ଗ ସାହି)ଠାରେ ୟୁଏସ୍ଆଇ ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ପ୍ରଚେଷ୍ଟାରେ ‘ଜଳଛତ୍ର କେନ୍ଦ୍ର’ ମୟୂରଭଞ୍ଜ ଜିଲ୍ଲା ସହଯୋଗୀ ସଂଯୋଜକ ତଥା ସମାଜସେବୀ ଲକ୍ଷ୍ମଣ ଟୁଡୁ ଙ୍କ ସହଯୋଗରେ ଉଦ୍ଘାଟିତ ହୋଇଯାଇଛି |ୟୁଏସ୍ଆଇ ସଂଗଠନର କୁନି ସଦସ୍ୟା ପକ୍ଷାନ୍ବିତା ପ୍ରଜ୍ଞା ପରିମିତା ଶତପଥୀ,ସୁନୟନା ମୁର୍ମୁ,ଦୃଷ୍ଟି,ସୃଷ୍ଟି ସାହୁ,ଏଲି ଶତପଥୀଙ୍କ ଉଦ୍ଦେଶ୍ୟରେ ଏହି ଜଳଛତ୍ର କେନ୍ଦ୍ର ଖୋଲାଯାଇଛି |ୟୁଏସ୍ଆଇ ସଂଗଠନ ମୟୂରଭଞ୍ଜ,ଓଡ଼ିଶା,ସରସ୍ବତୀ ଶିଶୁ ମନ୍ଦିର,ଜାମଦା,ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ,ତାଳଗାଁଙ୍କ ମିଳିତ ସହଯୋଗ ତଥା କିଶୋର କୁମାର ବେହେରା,ଜାମଦା ଶିକ୍ଷାଧିକାରୀ ସଦାନନ୍ଦ ମହାନ୍ତ,ଏସ୍କେ ମସ୍ତଫା ଅଲ୍ଲୀ,ସମାଜସେବୀ ସୁବାଷ ଚନ୍ଦ୍ର ମଣ୍ଡଳ,ତାଳଗାଁ ସରପଞ୍ଚ ଡମ୍ବୁରୁଧର ମଣ୍ଡଳ,ମନୋରଂଜନ ମଣ୍ଡଳ,ସମାଜସେବୀ ମଟକା ବିରୁଆ,ଅଜୁ ବେହେରା,କମଲ ନାୟକ,କାନଖାଁ ଗାଁ ର ୱାର୍ଡ ମେମ୍ବର କାରିଆ ମାଝୀ,ଆନନ୍ଦ ବିନ୍ଧାଣୀ,ରାଇରଙ୍ଗପୁର ସହରର ଦୀପକ କୁମାର ମହାନ୍ତି,ଆନନ୍ଦ ବିନ୍ଧାଣୀ,କୁମାର କଲ୍ୟାଣ ଶତପଥୀ,ପ୍ରଶ୍ନ କୁମାର ଶତପଥୀ,ତାରିଣୀ ଭାଇ,ଆବାହକ ପ୍ରତୀକ୍ଷା ମିଶ୍ର,ୟୁଏସ୍ଆଇ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ମୋହନ ମୁର୍ମୁ,ଡାକ୍ତର ଲଳିତ ମୋହନ କବାଟ,ସମାଜସେବୀ ସନ୍ତୋଷ କୁମାର ବେହେରା,ରଂଜନ ପରାମାଣିକ,ନରସିଂହ ବେହେରାଙ୍କ ସହଯୋଗରେ ଦୀର୍ଘ ଦୁଇମାସ ପାଇଁ ଏହି ଜଳଛତ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଗୋଟିଏ ସପ୍ତାହର ଚାରି ଦିବସରେ ଦହି ସରବତ,ଲେମ୍ବୁ ସରବତ,ଛତୁଆ ସରବତ,ଓଆର୍.ଏସ୍ ବଣ୍ଟନ କରାଯିବାର ସ୍ଥିରୀକୃତ ହୋଇଛି |ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ, ଜିଲ୍ଲା ସଂଯୋଜକ ମୋହନ ମୁର୍ମୁ ପ୍ରାକୃତିକ ଢାଞ୍ଚାରେ ଜଳ ଛତ୍ର କେନ୍ଦ୍ରକୁ ଛଣ,ମାଟିହାଣ୍ଡି,ଘଟ ଯୋଗାଇ ଏହି ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇଛି |ୟୁଏସ୍ଆଇ ସଂଯୋଜିକା ଆନନ୍ଦିତା ଶତପଥୀଙ୍କ ପରୋକ୍ଷ ସହଯୋଗରେ ଗ୍ରୀଷ୍ମକାଳୀନ ପ୍ରତି ସପ୍ତାହର ଚାରି ଦିବସରେ ଦହି,ଲେମ୍ବୁ,ଛତୁଆ,ଓଆରଏସ୍ ସରବତ ବଣ୍ଟନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି |ଜଳଛତ୍ର ଉଦ୍ଘାଟନ ପରେ ଅତିଥିଗଣ ଦହି ସରବତ ପାନ ପୂର୍ବକ ବିଦାୟ ଦିଆଯାଇଥିଲା |ଏନ୍ଏସ୍ଏସ୍,ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ ତାଳଗାଁ,ସରସ୍ବତୀ ଶିଶୁ ମନ୍ଦିର ଜାମଦାର ବିଦ୍ୟାର୍ଥୀଗଣ ବଣ୍ଟନ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ |ସଂଗଠନ ପକ୍ଷରୁ କୋଡ଼ିଏ ଗୋଟି ସ୍ଥାନରେ ବଡ଼ ବଡ଼ ଗଛରେ ପକ୍ଷୀମାନଙ୍କ ପାଇଁ ଜଳର ବ୍ୟବସ୍ଥା କରାଯାଇଛି |ଏହି ଅବସରରେ ଶଙ୍କରପୁର ସାହିରେ ରାସ୍ତାକଡ ସଫେଇ କରିବାରେ ୟୁଏସ୍ଆଇ ସଂଗଠନର କର୍ମକର୍ତ୍ତାମାନେ ଭାଗ ନେଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରଶାନ୍ତ ନନ୍ଦଙ୍କ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ଆସନ୍ତା ୨ରେ..

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

Sunil Chandra Nayak

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକ ଙ୍କ ଆତ୍ମହତ୍ୟା ଉଦ୍ୟମ 

masiha

Leave a Comment

error: Content is protected !!