ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାସ୍ତା କଡ଼ରୁ ଗୁରୁତର ଭାବେ ଉଦ୍ଧାର ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ 

ରାସ୍ତା କଡ଼ରୁ ଗୁରୁତର ଭାବେ ଉଦ୍ଧାର ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ 

କାମାକ୍ଷାନଗର- କାମାକ୍ଷାନଗର ସହର ସଂନିକଟ ଜାତୀୟ ରାଜପଥ କଡରେ ଯାଇଥିବା ସର୍ଭିସ ରୋଡ଼ ରେ ମଙ୍ଗଳବାର ଭୋର ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ପଡି ରହିଥିବା ବେଳେ ସକାଳ ଭ୍ରମଣ ରେ ଯାଉଥିବା ପଥଚାରୀ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି l ମହିଳାଙ୍କର ପରିଚୟ ମିଳି ପାରିନଥିବା ବେଳେ ତାଙ୍କର ବୟସ ପ୍ରାୟ ୩୫ ରୁ ୩୬ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି l ତେବେ ମହିଳାଙ୍କର ଗୋଟିଏ ଚପଲ ଜାତୀୟ ରାଜପଥ ରେ ପଡ଼ିଥିବା ବେଳେ ଆଉ ଗୋଟିଏ ଚପଲ ପାଦ ରେ ଲାଗିଥିବା ଏବଂ ଜାତୀୟ ରାଜପଥ ରୁ ସର୍ଭିସ ରୋଡ଼ ବହୁତ ତଳେ ରହିଥିବା ବେଳେ ଉପରୁ କେହି ମହିଳାଙ୍କୁ ତଳକୁ ଠେଲି ଦେଇଥିବାର ପଥଚାରୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରିଛି l ହେଲେ ପୁଲିସ ର ତଦନ୍ତ ଏବଂ ଶବ ବ୍ୟବଛେଦ ରିପୋର୍ଟ ରୁ ମହିଳାଙ୍କର ମୃତ୍ୟୁର ରହସ୍ୟ ର ପେଡି ଖୋଲି ପାରିବ ବୋଲି ସହରରେ ଆଲୋଚନା ହେଉଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

ନକଲି ସୁନାଶଙ୍ଖ କାରବାର ଜଣେ ଗିରଫ

masiha

ଅବକାରୀ ବିଭାଗର ବଡ଼ ସଫଳତା: ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!