ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁକୁଡ଼ାଖଣ୍ଡିରେ ଗ୍ୟାଙ୍ଗ ହିଂସା ଏବଂ ବୋମାମାଡ଼ ଘଟଣାରେ ପୁଣି ୩ ଅଭିଯୁକ୍ତ ସହ, ୨ ନାବାଳକ ଗିରଫ

କୁକୁଡ଼ାଖଣ୍ଡିରେ ଗ୍ୟାଙ୍ଗ ହିଂସା ଏବଂ ବୋମାମାଡ଼ ଘଟଣାରେ ପୁଣି ୩ ଅଭିଯୁକ୍ତ ସହ, ୨ ନାବାଳକ ଗିରଫ

ଅଭିଯୁକ୍ତଙ୍କ ଘରୁ ବିସ୍ପୋରକ ସାମଗ୍ରୀ ଜବତ

ବ୍ରହ୍ମପୁର,୧୮/୯ କୁକୁଡ଼ାଖଣ୍ଡି ବାଉରୀ ସାହିରେ ଗ୍ୟାଙ୍ଗ ହିଂସା ଓ ବୋମାମାଡ଼ ଘଟଣାରେ ବ୍ରହ୍ମପୁର ସଦର ପୁଲିସ ପୁଣି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨ ଜଣ ନାବାଳକଙ୍କୁ ଜେଜେବିରେ ହଜାର କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁକୁଡ଼ାଖଣ୍ଡି କାଳୁଆ ସାହିର ଗଙ୍ଗାଧର ମହାନ୍ତି ଓରଫ ଗଙ୍ଗା (୨୨), କୁକୁଡ଼ାଖଣ୍ଡି କାଲୁଆସାହିର ବିକାଶ ପାତ୍ର (୨୫) ଏବଂ ସଦର ଥାନା ବାଲକୃଷ୍ଣପୁରର ଶୁଭମ କୁମାର ସାହୁ (୧୯) । ଅଭିଯୁକ୍ତଙ୍କ ଘରୁ ୨ଟି ଜୀବନ୍ତ ପାଟ ବୋମା ଜବତ କରିଛି ପୁଲିସ ।

ସୂଚନାଯୋଗ୍ୟ ଯେ,ଗତ ୧୪ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ୮ରୁ ୧୦ଟି ମୋଟରସାଇକେଲରେ କିଛି ଯୁବକ ଖଣ୍ଡା, କାତି ଓ ବିସ୍ଫୋରକ ସାମଗ୍ରୀ ଧରି କୁକୁଡ଼ାଖଣ୍ଡି ବାଉରୀ ସାହିରେ ପ୍ରବେଶ କରିଥିଲେ। ସେମାନେ ବୋମା ଫିଙ୍ଗିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରି ଭୟଭୀତ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରଥମେ କାଳିଆ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଉପରୋକ୍ତ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗଙ୍ଗାଧର ମହାନ୍ତିଙ୍କ ବୟାନ ଆଧାରରେ ପୁଲିସ ତାଙ୍କ ଘରେ ଚଢ଼ଉ କରିଥିଲା। ତଲାସି ସମୟରେ ତାଙ୍କ ଘରୁ ୨ଟି ଜୀବନ୍ତ ପାଟ ବୋମା ଜବତ କରାଯାଇଥିବା ଏସଆଇ ତଥା ତଦନ୍ତଧିକାରୀ ପ୍ରଫୁଲ୍ଲ କୁମାର ସାହୁ ସୂଚନା ଦେଇଛନ୍ତି ।

ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ପୋଲିସ୍ ଦ୍ବାରା ୫୦୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ : ୬ ଅଭିଯୁକ୍ତ ଗିରଫ ସହ ୫ କାର୍, ୮ ମୋବାଇଲ ଓ ୨୩୦୦ ଟଙ୍କା ନଗଦ ଜବତ

Sunil Chandra Nayak

ବାଣପୁରରେ ଆଶୁତୋଷ ହତ୍ୟା ମାମଲା : ଅଭିଯୁକ୍ତ କୁ ୨ ଦିନ ରିମାଣ୍ଡରେ ନେଲା ପୋଲିସ !!!

Sunil Chandra Nayak

ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି

masiha

Leave a Comment

error: Content is protected !!