ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳାଚଳ ଯୁବ ପରିଷଦର ଶ୍ରୀ ଗଣେଶ ପୂଜା ସମ୍ପନ୍ନ

ନୀଳାଚଳ ଯୁବ ପରିଷଦର ଶ୍ରୀ ଗଣେଶ ପୂଜା ସମ୍ପନ୍ନ 

ରାଉରକେଲା: କୋଏଲ ନଗର ସି ବ୍ଲକ ସ୍ଥିତ ନୀଳାଚଳ ଯୁବ ପରିଷଦର ୪ ଦିନ ଧରି ଚାଲିଥିବା ଶ୍ରୀଗଣେଶଙ୍କ ପୂଜା ମହାସମାରୋହରେ ସମ୍ପନ୍ନ ହୋଇଛି। ୧୪ ତାରିଖ ଦିନ କଳସ ଯାତ୍ରା ଓ ପୂଜାରମ୍ଭ,୧୫ ତାରିଖ ଦିନ ଭଗବତ ଚର୍ଚ୍ଚା,୧୬ ତାରିଖ ଦିନ କନିଷ୍ଠ ଓ ବରିଷ୍ଠ ବିଭାଗରେ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା,୧୭ ତାରିଖ ଦିନ ସହସ୍ର ଦୀପ ଦାନ ଓ ପୁରସ୍କାର ବିତରଣ ଉତ୍ସବ ତଥା ଆଜି ପ୍ରସାଦ ସେବନ ସହ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମାଜସେବୀ ବିରେନ୍ ସେନାପତି ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଉଭୟ ଅତିଥି ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂସ୍କୃତି, ପରମ୍ପରାକୁ ବଜାୟ ରଖି ଆଗାମୀ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ସାଧୁବାଦ ଦେଇଥିଲେ। ରୁଦ୍ରପ୍ରସନ୍ନ ସାମଲ ଙ୍କ ସଂଯୋଜନା, ସଭାପତି ନମ୍ରତା ମହାରଣା, ସମ୍ପାଦକ ପ୍ରିୟଦର୍ଶିନୀ ମହାରଣାଙ୍କ ଆବାହକତ୍ୱ ରେ ସର୍ବଶ୍ରୀ ରାଜେଶ ମହାରଣା, ବିନୋଦ ମହାରଣା, ଦେବଦତ୍ତ ସାହୁ ଙ୍କ ସମେତ ଅପର୍ଣ୍ଣା,ନିକିତା,ବିନିତା, ପ୍ରିୟାଂଶୁ, ପ୍ରଭାତ, ଆଦିତ୍ୟ, ମିତ୍ରଭାନୁ, ସସ୍ମିତା, ବିଜୟଲକ୍ଷ୍ମୀ, ସନ୍ତୋଷିନୀ, ଦୀପିକା, କ୍ରିଷ୍ଣା ପ୍ରମୁଖ ସହଯୋଗ କରିଥିଲାବେଳେ ପୂଜକ ଭାବେ କୈବଲ୍ୟ ମିଶ୍ର ଓ ଯତୀନ ମିଶ୍ର ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

masiha

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

masiha

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ: ୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

Sunil Chandra Nayak

Leave a Comment

error: Content is protected !!