ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାନପୋଷ ମାର୍କେଟରେ ମୋବାଇଲ୍ ଚୋରି, ୪ ଗିରଫ – ୪ ମୋବାଇଲ୍ ଜବତ.

ପାନପୋଷ ମାର୍କେଟରେ ମୋବାଇଲ୍ ଚୋରି, ୪ ଗିରଫ – ୪ ମୋବାଇଲ୍ ଜବତ.

ରାଉରକେଲା: ପାନପୋଷ ମାର୍କେଟରେ ପରିବା କିଣୁଥିବା ବେଳେ ପକେଟରୁ ମୋବାଇଲ୍ ଚୋରି କରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ରଘୁନାଥପାଲି ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସୂଚନା ଅନୁସାରେ ରଘୁନାଥପାଲି ଥାନା କେସ୍ ନଂ ୬୩୭, ତା ୦୨.୧୧.୨୦୨୬, ଧାରା ୩୦୩(୨) ବିଏନଏସ୍ ରେ ଅନୁଯାୟୀ 

ଅଭିଯୋଗକାରୀ ଚନ୍ଦ୍ରକାନ୍ତ ସାମଲ (୬୦), ପିତା- ସ୍ୱର୍ଗତ ରଙ୍ଗାଧର ସାମଲ, ପ୍ଲଟ୍ ନଂ ୪୧୧-୧୧୬୩, ରୁପୁଟୋଲା, ବାଲୁଘାଟ, ରାଉରକେଲା, ଜିଲ୍ଲା- ସୁନ୍ଦରଗଡ଼। ସେ ୦୨.୧୧.୨୦୨୬ ସକାଳ ପ୍ରାୟ ୧୦ଟାରେ ଥାନାରେ ଅଭିଯୋଗ କରିଥିଲେ ଯେ, ଗତ ୦୧.୧୧.୨୦୨୬ ସକାଳ ପ୍ରାୟ ୯ଟାରେ ସେ ପାନପୋଷ ମାର୍କେଟରେ ପରିବା କିଣୁଥିବା ବେଳେ କେହି ଅଜଣା ବ୍ୟକ୍ତି ତାଙ୍କ ପକେଟରୁ ତାଙ୍କ ଓପୋ ମୋବାଇଲ୍ ଫୋନ୍ ଚୋରି କରି ନେଇଯାଇଥିଲା। ପରିବା କିଣି ଘରକୁ ଫେରିବା ପରେ ମୋବାଇଲ୍ ନଥିବା ଜାଣିପାରିଥିଲେ। ଏସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ କରି ପୋଲିସ ନିମ୍ନୋକ୍ତ ଚାରି ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ପୋଲିସ ହେପାଜତରେ ସେମାନେ ଏହି ମାମଲା ସହ ଅନ୍ୟ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ ଏବଂ ଚୋରି ମୋବାଇଲ୍ ଉଦ୍ଧାର କରାଇଥିଲେ।

ଗିରଫ ଅଭିଯୁକ୍ତ ହେଲେ ମୁକେଶ ଚୌଧୁରୀ (୧୯), ପିତା- ସୁବାଷ ଚୌଧୁରୀ, ଗ୍ରାମ- ମେନ୍ ଧେମୁଆ କଲିୟରୀ, ଆସାନସୋଲ, ଥାନା- ସାଉଥ୍ ପିପି, ଜିଲ୍ଲା- ପଶ୍ଚିମ ବର୍ଦ୍ଧମାନ, ପଶ୍ଚିମବଙ୍ଗ, ସୁରୋଜ କୁମାର ନୋନିଆ (୨୦), ପିତା- କୃଷ୍ଣ ନୋନିଆ, ସେହି ଠିକଣା,ରାଜ କୁମାର ମାହାତ (୨୪), ପିତା- ସ୍ୱର୍ଗତ ଭୁପେନ ମାହାତ, ଗ୍ରାମ- ତିନପାହାଡ଼ ବାଉପୁର, ଥାନା- ତିନପାହାଡ଼, ଜିଲ୍ଲା- ସାହିବଗଞ୍ଜ, ଝାଡ଼ଖଣ୍ଡ, ଆନନ୍ଦ କୁମାର (୧୯), ପିତା- ଅଜୟ ଚୌହାନ, ସେହି ଠିକଣା । ସେହିପରି ଚୋରି ଯାଇଥିବା ଗୋଟିଏ ଓପୋ ମୋବାଇଲ୍, ଗୋଟିଏ ୱ।ନ ପ୍ଲସ ମୋବାଇଲ୍, ଗୋଟିଏ ଟେକ୍ନୋ ସ୍ପାର୍କ ଗୋ ଟୁ ମୋବାଇଲ୍, ଗୋଟିଏ ଭିବୋ ମୋବାଇଲ୍ ଜବତ କରିଛି।

ଅଭିଯୁକ୍ତଙ୍କ ପୂର୍ବ ଅପରାଧ ଇତିହାସ ଯାଞ୍ଚ ଜାରି ରହିଛି। ପୋଲିସ ପକ୍ଷରୁ ଭିଡ଼ ଥିବା ବଜାରରେ ମୋବାଇଲ୍ ଓ ଟଙ୍କା ପର୍ସ ପ୍ରତି ସତର୍କ ରହିବାକୁ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ କାର୍ଯ୍ୟାଳୟ ରେ ପଶି ମହିଳା କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଘଟଣାରେ ଯୁବକ ଗିରଫ

masiha

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

masiha

ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତ

Sunil Chandra Nayak

Leave a Comment

error: Content is protected !!