ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସଂକଳ୍ପ ଅଭିଯାନ” – “ଆଶୀର୍ବାଦ ର ଦୀପ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସେବା ସଂକଳ୍ପ ଅଭିଯାନ” – “ଆଶୀର୍ବାଦ ର ଦୀପ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୭/୦୯/୨୦୨୬: ଆଜି ସମଗ୍ର ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ, ଏହା ଅଧୀନରେ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ସେବାମୂଳକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେବ।

ଆଜି ସମଗ୍ର ଜିଲ୍ଲାରେ “ସେବା ସଂକଳ୍ପ ଅଭିଯାନ-୨୦୨୬ ଅର୍ନ୍ତଗତ “ଆଶୀର୍ଵାଦ ର ଦୀପ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜିଲ୍ଲା ର ବିଭିନ୍ନ ଯୋଜନାର ହିତାଧିକାରୀ ମାନେ ଦୀପ ଜାଳି ପାଳନ କରିଥିଲେ। ସେହିଭଳି ଜିଲ୍ଲାର ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ଆଶୀର୍ବାଦର ଦୀପ ଜଳାଇ ସେବା ସଂକଳ୍ପ ଅଭିଯାନର ଆରମ୍ଭ ହୋଇଛି। 

ଏହି ପରିପେକ୍ଷୀରେ ଆଜି ସେବା ସନ୍ଧ୍ୟାରେ ସ୍ଥାନୀୟ ମା’ ସମେଲେଶ୍ୱରୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଶୀର୍ବାଦ ଦୀପା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରାୟ ୪୫୦ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ମନ୍ଦିର ପରିସରରେ ୮୦୦ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ସେହିଭଳି ଆଜି ଜିଲ୍ଲାର ସମସ୍ତ ବ୍ଲକ ତଥା ଅନ୍ୟାନ୍ୟ ଅଞ୍ଚଳ ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଆଶୀର୍ଵାଦର ଦୀପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ୨ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ପ୍ରାୟ ୪.୪୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

Sunil Chandra Nayak

ଜନ ବିରୋଧୀ କାର୍ଯ୍ୟ ପାଇଁ ଓଡିଶା ମେଟାଲିକ ବିରୋଧ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ସିମିଳିଭଟା ତାଣ୍ଡିପଦରରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ, ୩ ପରିବାର ସର୍ବସ୍ବାନ୍ତ

Sunil Chandra Nayak

Leave a Comment

error: Content is protected !!