ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

ରାଉରକେଲା:ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ମହାସଭା ଶାଖା ତଥା ସତ୍ୟସାଇ ସେବା ପ୍ରତିଷ୍ଠାନ ର ମିଳିତ ସହଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ସନ୍ନିକଟ ମୁକୁନ୍ଦପୁର ପଞ୍ଚାୟତର ସ୍କୁଲ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ସ୍ୱାସ୍ଥ୍ୟ ଶିବିର ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରାର ଉପସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ବେହେରାଙ୍କ ପ୍ରଚେଷ୍ଟା ରେ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା ଓଡ଼ିଶାର ସଭାପତି ପ୍ରଫେସର ଡ଼କ୍ଟର ଦେବେନ୍ଦ୍ରନାଥ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଶିବିରକୁ ହାଇଟେକ୍ ମେଡିକାଲ କଲେଜ ର ବିଭିନ୍ନ ବିଭାଗର ବିଶେଷଜ୍ଞ ମାନଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ତଥା ମେଡିକାଲ ଅଫିସର ଛତା ଡେରାବିଶ ର ଡାକ୍ତର ଚିତ୍ତରଞ୍ଜନ ବେହେରା ତଥା ତାଙ୍କ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ମାନେ ପ୍ରତ୍ୟକ୍ଷ ଭାଗ ନେଇ ମୋଟାମୋଟି ପାଞ୍ଚଶହ ରୋଗୀଙ୍କୁ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଆରଡିସି ସୁରେଶ ବେହେରା, ସମାଜସେଵୀ ଗଣେଶ ଚନ୍ଦ୍ର ମେକାପ, ରୁପାଲି ଦାସ, ଶୋଭାଞ୍ଜଳି ବେହେରା, ରାଧାକୃଷ୍ଣ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହିଭଳି ଶିବିର ବିଭିନ୍ନ ସମୟରେ ଆୟୋଜନ କରିବାକୁ ଜନସାଧାରଣ ଦାବି କରିଥିଲେ । ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତଥା ରାଜ୍ୟର ଉପସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ବେହେରା ତଥା ସତ୍ୟସାଇ ସେବା ସଂଗଠନକୁ ଗ୍ରାମବାସୀ ତଥା ରୋଗୀ ମାନେ ଧନ୍ୟବାଦ ଦେବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଂଶସା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

Sunil Chandra Nayak

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

Sunil Chandra Nayak

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

Leave a Comment

error: Content is protected !!