ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତାଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ି ଙ୍କ ଜୟନ୍ତୀ ପାଳନ 

ପତାଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ି ଙ୍କ ଜୟନ୍ତୀ ପାଳନ 

ରାଉରକେଲା: ସେକ୍ଟର ୨୦ ପତାଞ୍ଜଳି ଯୋଗ ଶିବିର ତରଫରୁ ଡି ବ୍ଲକ୍ ସ୍ଥିତ ଶିବ ମନ୍ଦିର ଠାରେ ଭାଗବତ କଥାମୃତ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଶିବିରର ମୁଖ୍ୟ ମନୋରମା ରାଉତଙ୍କ ଆବାହକତ୍ୱ ଓ ଯୋଗଗୁରୁ ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ବିଭୁଦ ପ୍ରସାଦ ନାୟକ ମୁଖ୍ୟଅତିଥି, ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମୁଖ୍ୟବକ୍ତା, ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଉତ୍କଳୀୟ ସାମାଜିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରାଣସଖା ଭାଗବତ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାଗବତ ଥିଲା, ରହିଛି ଓ ରହିବ। ଏହାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିବା ସହ ନୀରବ ରହିବା ସବୁଠାରୁ ବଳଶାଳୀ ଶକ୍ତି ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାଗବତରେ ଥିବା ବିଭିନ୍ନ ସ୍କନ୍ଧରେ ବିଭିନ୍ନ କଥା ରହିଥିବା ଓ ଏହା ବିଜ୍ଞାନ ସହ ସଂଶ୍ଳିଷ୍ଟ ବୋଲି ମତ ରଖିବା ସହ ୪ଯୁଗର ମାହାତ୍ମ୍ୟ, ଭାଗବତର ଧର୍ମ ଯଥା ସଂଯମ, ଶୁଦ୍ଧତା,କରୁଣା ଓ ସତ୍ୟବାଦୀତା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଓଡ଼ିଆ ଭାଗବତ ସୃଷ୍ଟିର ରହସ୍ୟ ଓ ଏହା ଓଡ଼ିଆ ମାନଙ୍କ କାବ୍ୟ ଭାଷା ବୋଲି ମତ ରଖିଥିଲେ। ସମ୍ମାନିତ ବକ୍ତା ଶ୍ରୀ ଦାଶ ପ୍ରତାପରୁଦ୍ର ଦେବଙ୍କ ସମୟର କଥାବସ୍ତୁ, ଚୈତନ୍ୟ ଦେବ,ପୁରାଣ ପଣ୍ଡା,ନ୍ୟାୟିକ ବ୍ୟବସ୍ଥାର ମୂଳ ପୀଠ ଭାଗବତ ଟୁଙ୍ଗୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାହିଲ ପ୍ରଧାନ ପ୍ରାକଭାଷ ରଖିଥିଲା ବେଳେ ଅନ୍ୟ ଅତିଥି ଙ୍କ ମଧ୍ୟରେ ଯୋଗଗୁରୁ ପୀତବାସ ପ୍ରଧାନ, ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ର ଯୋଗଗୁରୁ ହେମନ୍ତ କୁମାର ଜେନା, ଶିକ୍ଷୟିତ୍ରୀ ନିରୁପମା ପତି, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ଧରିତ୍ରୀ ପାଇକରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟ ମନୋରମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କବିବର ସାହୁ, ସୁଜାତା,ରତ୍ନ ମଞ୍ଜରୀ,ଦୀପ୍ତିରେଖା, ମହେଶ୍ୱର, ଅଶୋକ, ବିଜୟ, ରେଣୁବାଳା, ସବିତା, ପୁଷ୍ପାଞ୍ଜଳି,ମୀନା,ପୁଷ୍ପା,ସୈ।ଦାମିନୀ, ବିନୋଦିନୀ, ସନ୍ଧ୍ୟାରାଣୀ,ନିର୍ମଳା, ଦୁର୍ଯୋଧନ,ଅନୁସୂୟା, ସନ୍ତୋଷୀ, ମମତା ମଞ୍ଜରୀ, ରାମକୃଷ୍ଣ, ପ୍ରଫୁଲ୍ଲ, ସ୍ମୃତିରେଖା, ପ୍ରତିମା,ଟିକେଶ୍ବର, ଭଗବାନ, ତିଳୋତ୍ତମା ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦାବ୍ରି ଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

ଧର୍ମଗଡ ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ଗୌଡଗୁଡ଼ା ଗ୍ରାମ ରେ ରାସ୍ତା ବଦଳେ ହାମ୍ସ୍ ସାଜିଛି ଯାତ୍ରୀ ଙ୍କ ଯମ

masiha

Leave a Comment

error: Content is protected !!