ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

ମୟୂରଭଂଜ – ୧୫/୦୯ — ସାରା ଭାରତରେ ଭାରତ ତଥା ବିଶ୍ବର ବିଶିଷ୍ଟ ଇଞ୍ଜିନିୟର ତଥା ଆଧୁନିକ ଭାରତର ନିର୍ମାତା ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ବରାୟଙ୍କ ଆଜି ୧୬୪ ତମ ଜନ୍ମ ଦିବସ ।ତାଙ୍କରି ସଚ୍ଚୋଟତା,କର୍ମଠ ଓ ନିଷ୍ଠାପର ତା ପାଇଁ ଆଜି ଭାରତ 

ଜନ୍ମ ଦିବସରେ ସାରା ଭାରତର ପ୍ରଗତି,ଅଭିବୃଦ୍ଧି ବହୁ ପରିମାଣରେ ବଢ଼ିଛି ।ସେଥିପାଇଁ ତାଙ୍କୁ କୁହାଯାଉଛି ସେ ନବ ଭାରତର ଵିଶ୍ବକର୍ମା । ଜଳସେଚନ,କୋଠାବାଡ଼ି,ଗୃହ ନିର୍ମାଣ,ନଦୀଵନ୍ଧ ନିର୍ମାଣ,ଇସ୍ପାତ ଶିଳ୍ପ,ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।ଓଡ଼ିଶାର ହୀରାକୁଦ ବନ୍ଧ ନଦୀବନ୍ଧ ଯୋଜନା ତାଙ୍କରି ଆଦ୍ୟ ପରିକଳ୍ପନା ।ଦେଶର ବିକାଶ ରେ ଆଜୀବନ ସମର୍ପିତ ପାଇଁ ଭାରତର ସରକାର ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନରେ ୧୯୫୫ ମସିହାରେ ସମ୍ମାନିତ କରିଥିଲେ ।ଆଜିର ସେହି ଯୋଗଜନ୍ମା ଇଞ୍ଜିନିୟର ସାର୍ ଏମ୍ ଵିଶେଶ୍ବରାୟଙ୍କ ଜନ୍ମ ଦିବସକୁ ରାଇରଙ୍ଗପୁରସ୍ଥ ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ଆୟୋଜକ ଟିପିଏନଓଡିଏଲ ତରଫରୁ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା ।ରାଇରଙ୍ଗପୁରର ସମସ୍ତ ଲାଇନ ଡିପାର୍ଟମେଣ୍ଟ ପୂର୍ତ୍ତବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ଉଠା ଜଳସେଚନ ବିଭାଗ,ଜଳସେଚନଵିଭାଗ,ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ,ପିଏଚଇଡି ଵିଭାଗରର ବହୁ ଯନ୍ତ୍ରୀ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ତାଙ୍କ ସହିତ ସମ୍ମାନିତ ଅତିଥି ଡାଇନା ଫୋମ୍ ଇଣ୍ଡଷ୍ଟ୍ରି ପ୍ରାୟ ଲିମିଟେଡର ମାଲିକ ଇଂ ଟି କେ ଭିଜୟନ, 

,ଗୋରୁମହିଷାଣି ଲୌହଖଣି ତଥା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡର ଇଂ ଜଗଦିଶ ମିଶ୍ର,ଆଇଆଇଟିଆନ ଇଂ ମୁକୁଲ ବାନାର୍ଜି,ଟିପିଏନଓଡିଏଲ ର ଏକଜିଉଟିଭ ଇଞ୍ଜିନିୟର ଇଂ ଆଶୁତୋଷ ପଣ୍ଡା,ଟିପିଏନଓଡିଏଲ ମୟୂରଭଂଜ – ୧ ଏସଡିଓ ଇଂ ଜେ ସୌଭାଗ୍ୟ ରଶ୍ମି,ମୟୂରଭଂଜ- ୨ ଇଂ ଚିରଞ୍ଜିବୀ ସାହୁ, ଟିପିଏନଓଡିଏଲ ସୋଲାର ଇଂ ଵୀରସିଂ ସୋରେନ,ରାଇରଙ୍ଗପୁର ପୌରପାଳିକାର ଇଂ ମୃତ୍ୟୁଞ୍ଜୟ ପହି,ଏଇଇ ଇଂ ସତ୍ୟାନନ୍ଦ ନାଏକ,ତୁଷାର ରଞ୍ଜନ ସାହୁ,,ପରମେଶ୍ଵର ଗିରିଙ୍କୁ ସମେତ ଅନ୍ୟ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇଥିଲେ । ‌ ମୁଖ୍ୟ ଅତିଥି ଉପଜିଲ୍ଲାପାଳ କହିଥିଲେ ଇଞ୍ଜିନିୟର ମାନେ ଦେଶର ବିଶ୍ଵକର୍ମା । ସେମାନଙ୍କ ଯୋଗୁଁ ଆଜି ଭାରତ ସାରା ବିଶ୍ବରେ ଆର୍ଥିକ କ୍ଷେତ୍ରରେ ଚତୁର୍ଥ ସ୍ଥାନ ଅଧିକାର କରିଛି ଦେଶର ଇଞ୍ଜିନିୟର ମାନଙ୍କ ତ୍ୟାଗ,ନିଷ୍ଠା, ସଚ୍ଚୋଟତା,କର୍ମଠ,ଦାୟିତ୍ବପୂର୍ଣତା,କର୍ତ୍ଵ୍ଯପରୟଣତା ଯୋଗୁଁ ।ତାଙ୍କର ଭୂମିକା ଅନନ୍ୟ ଓ ଅତୁଳନୀୟ ।

 ଏହି କାଯ୍ଯକ୍ରମରେ ବହୁ ଅବସରପ୍ରାପ୍ତ ଇଞ୍ଜିନିୟର‌ ଯୋଗ ଦେଇଥିଲେ ।ବହୁ ଇଞ୍ଜିନିୟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ କୁନି କୁନି କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ପରେ ଏହି ଦିବସରେ ସମସ୍ତ ଯନ୍ତ୍ରୀମାନେ ଗୀତ ଓ ନୃତ୍ୟରେ ମସଗୁଲ ହୋଇ ନିଜକୁ ହଜାଇ ଦେଇଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

masiha

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!