ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା, ଏବେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା । ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ପୁରୁଣା ପଦ୍ଧତିରେ ହେବ ଦଶମ ପରୀକ୍ଷା । ବର୍ଷ ଶେଷକୁ ଗୋଟିଏ ଫାଇନାଲ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ଆଉ ଦଶମ ଶ୍ରେଣୀରେ ହେବନି ସମ୍ମେଟିଭ୍ ୧ ଓ ୨ ପରୀକ୍ଷା । କରୋନା ପାଇଁ ହେଉଥିଲା ସମ୍ମେଟିଭ୍ ପରୀକ୍ଷା । କିନ୍ତୁ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ସେହପରି ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ଜାରି ରହିବ ଫର୍ମ ଫିଲଅପ୍ । ଫର୍ମ ଫିଲଅପ୍ ପରେ ଜୁଲାଇ ୩ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜାରି ରହିବ ସପ୍ଲିମେଣ୍ଟାରୀ ପରୀକ୍ଷା ।

ସ୍କୁଲସ୍ତରରେ ହେବ ନବମଶ୍ରେଣୀ ପରୀକ୍ଷା ନବମ ଓ ଦଶମ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ । ଆଉ ରହିବନି ସମ୍ମେଟିଭ-୧, ସମ୍ମେଟିଭ-୨ ପରୀକ୍ଷା । ନବମ ଶ୍ରେଣୀ ପରୀକ୍ଷା କରିବନି ବୋର୍ଡ । ଦଶମରେ ହେବ ଅର୍ଦ୍ଧବାର୍ଷିକୀ ପରୀକ୍ଷା । ଜୁଲାଇ ୩ରୁ ୮ ତାରିଖ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ ଉଚ୍ଚସ୍ତରୀୟ ନିବେଶକ ଆଲୋଚନା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Sunil Chandra Nayak

ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ! 

Leave a Comment

error: Content is protected !!