ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା, ଏବେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା । ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ପୁରୁଣା ପଦ୍ଧତିରେ ହେବ ଦଶମ ପରୀକ୍ଷା । ବର୍ଷ ଶେଷକୁ ଗୋଟିଏ ଫାଇନାଲ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ଆଉ ଦଶମ ଶ୍ରେଣୀରେ ହେବନି ସମ୍ମେଟିଭ୍ ୧ ଓ ୨ ପରୀକ୍ଷା । କରୋନା ପାଇଁ ହେଉଥିଲା ସମ୍ମେଟିଭ୍ ପରୀକ୍ଷା । କିନ୍ତୁ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ସେହପରି ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ଜାରି ରହିବ ଫର୍ମ ଫିଲଅପ୍ । ଫର୍ମ ଫିଲଅପ୍ ପରେ ଜୁଲାଇ ୩ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜାରି ରହିବ ସପ୍ଲିମେଣ୍ଟାରୀ ପରୀକ୍ଷା ।

ସ୍କୁଲସ୍ତରରେ ହେବ ନବମଶ୍ରେଣୀ ପରୀକ୍ଷା ନବମ ଓ ଦଶମ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ । ଆଉ ରହିବନି ସମ୍ମେଟିଭ-୧, ସମ୍ମେଟିଭ-୨ ପରୀକ୍ଷା । ନବମ ଶ୍ରେଣୀ ପରୀକ୍ଷା କରିବନି ବୋର୍ଡ । ଦଶମରେ ହେବ ଅର୍ଦ୍ଧବାର୍ଷିକୀ ପରୀକ୍ଷା । ଜୁଲାଇ ୩ରୁ ୮ ତାରିଖ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ହେବ

“ଯୁଦ୍ଧର ମଧ୍ୟରେ ଶକ୍ତିଶାଳୀ ନିଷ୍ପତ୍ତି: କିଏ ଏହି ଜୁଲକଦର?” 

Sunil Chandra Nayak

ଅନଲାଇନ୍ ମେଡିସିନ ବିକ୍ରି ଔଷଧ ବିକ୍ରି ବନ୍ଦ ହୋଇପାରେ, ସ୍ୱାସ୍ଥ୍ୟମନ୍ତ୍ରଣାଳୟର କଡା ନଜର

Sunil Chandra Nayak

Leave a Comment

error: Content is protected !!