ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଦେଶରେ ପ୍ରଥମ ଥର ହେଲା ଜଳସ୍ରୋତର ଗଣନା । ଓଡିଶାରେ ଅଛି ୧.୮୧ ଲକ୍ଷ ଜଳସ୍ରୋତ

ସବୁଠୁ ଅଧିକ ଜଳସ୍ରୋତ ରହିଛି ପଶ୍ଚିମବଙ୍ଗ ରାଜ୍ୟରେ….

ଦେଶରେ ବର୍ତ୍ତମାନ ସୁଦ୍ଧା ଅଛି କେତୋଟି ଜଳସ୍ରୋତ? ସେନେଇ ପ୍ରଥମ ଥର ପାଇଁ ହୋଇଛି ଗଣନା । ଦେଶର ଜଳ ଶକ୍ତି ମନ୍ତ୍ରାଳୟ ଏନେଇ ରିପୋର୍ଟ ପ୍ରକାଶ କରିଛି । ସାରା ଦେଶରେ କେତୋଟି ପୋଖରୀ, ହ୍ରଦ ଓ ଜଳାଶୟ ଅଛି ସେ ନେଇ ତଥ୍ୟ ପ୍ରକାଶ କରାଯାଇଛି । ତେବେ ୨୦୧୮-୧୯ରେ କରାଯାଇଥିବା ଏହି ଗଣନା ମୁତାବକ ଏବେ ଦେଶରେ ମୋଟ ୨୪ ଲକ୍ଷ ଜଳସ୍ରୋତ ଥିବାବେଳେ, ସବୁଠୁ ଅଧିକ ଜଳସ୍ରୋତ ରହିଛି ପଶ୍ଚିମବଙ୍ଗ ରାଜ୍ୟରେ ।

ରିପୋର୍ଟ ମୁତାବକ, ଦେଶର ପଶ୍ଚିମବଙ୍ଗ ରାଜ୍ୟରେ ସବୁଠୁ ଅଧିକ ଜଳସ୍ରୋତ ରହିଛି । ତା ପଛକୁ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଓ ଆସାମରେ ସବୁଠୁ ଅଧିକ ଜଳସ୍ରୋତ ରହିଛି । ଖାସ୍ କଥା ହେଉଛି, ଜଳସ୍ରୋତକୁ ନେଇ ଗ୍ରାମୀଣ ଅଞ୍ଚଳ ଓ ସହରାଞ୍ଚଳ ଭିତରେ ବଡ ଧରଣର ପାର୍ଥକ୍ୟ ଦେଖିବାକୁ ମିଳିଛି । ଦେଶରେ ଯେତିକି ବି ଜଳସ୍ରୋତ ରହିଛି, ତା ଭିତରୁ ପ୍ରାୟ ୯୭ ପ୍ରତିଶତ (୨୩,୫୫,୦୫୫) ଜଳସ୍ରୋତ କେବଳ ଗ୍ରାମୀଣ ଅଞ୍ଚଳରେ ରହିଛି । ସେହିପରି ବାକି ୨.୯ ପ୍ରତିଶତ (୬୯,୪୮୫) ଜଳସ୍ରୋତ ସହରାଞ୍ଚଳରେ ରହିଛି ।

ଜଳଶକ୍ତି ମନ୍ତ୍ରାଳୟର ମୁଖପାତ୍ରଙ୍କ ସୂଚନା ମୁତାବକ, ଏହି ଗଣନା ଦେଶରେ ଥିବା ସମସ୍ତ ଜଳସ୍ରୋତର ବ୍ୟାପକ ତଥ୍ୟ ପ୍ରଦାନ କରୁଛି । ଏମାନଙ୍କ ଭିତରୁ ୨୨ ପ୍ରତିଶତ ଜଳସ୍ରୋତ ପ୍ରାକୃତିକ ହୋଇଥିବାବେଳେ, ୭୮ ପ୍ରତିଶତ ଜଳସ୍ରୋତ ହେଉଛି ମାନବ ନିର୍ମିତ । ସେହିପରି ଦେଶରେ ଥିବା ସମସ୍ତ ଜଳସ୍ରୋତ ମଧ୍ୟରୁ ୫୫.୨ ପ୍ରତିଶତ ଜଳସ୍ରୋତ ବ୍ୟକ୍ତିଗତ ଲୋକ ଓ ସଂସ୍ଥା ହାତରେ ଥିବାବେଳେ, ୪୪.୮ ପ୍ରତିଶତ ଜଳସ୍ରୋତ ସରକାରୀ ନିୟନ୍ତ୍ରଣରେ ରହିଛି । ତେବେ ଦେଶରେ ସବୁଠୁ ଅଧିକ ହ୍ରଦ ତାମିଲନାଡୁରେ ଥିବାବେଳେ, ସବୁଠୁ ଅଧିକ ଜଳସଂରକ୍ଷଣ ଯୋଜନା ମହାରାଷ୍ଟ୍ରରେ ରହିଛି । ଅନ୍ୟପଟେ ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶରେ ମୋଟ ୨.୪୫ ଲକ୍ଷ ଜଳସ୍ରୋତ ଥିବାବେଳେ, ଆନ୍ଧ୍ରପ୍ରଦେଶରେ ୧.୯୦ ଲକ୍ଷ ଜଳସ୍ରୋତ, ଓଡିଶାରେ ୧.୮୧ ଲକ୍ଷ ଜଳସ୍ରୋତ ରହିଛି । ତା ସହିତ ଆସାମରେ ୧.୭୨ ଲକ୍ଷ, ଝାଡଖଣ୍ଡରେ ୧.୦୭ ଲକ୍ଷ ଓ ତାମିଲନାଡୁରେ ୧.୦୬ ଲକ୍ଷ ଜଳସ୍ରୋତ ରହିଛି ।

ରିପୋର୍ଟରେ କୁହାଯାଇଛି ଦେଶରେ ଥିବା ମୋଟ ଜଳସ୍ରୋତ ମଧ୍ୟରୁ ୮୨ ପ୍ରତିଶତ ଜଳସ୍ରୋତ ଲୋକଙ୍କ ଉପଯୋଗରେ ଆସୁଛି । ଯେତେବେଳେ ବି ୧.୬ ପ୍ରତିଶତ ଜଳସ୍ରୋତ ଉପରେ ଜବରଦଖଲ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର 

ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ! 

ଓଡ଼ିଶାରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ,‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort