ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ….

ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସ୍ଥଗିତ 

ସାମୟିକ ଭାବରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ଫେବୃଆରୀ ୧୫ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସ୍ଥଗିତ ରହିଥିବା ଜଣାପଡିଛି । ତେବେ ଏନେଇ ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛିନ୍ତି ।

ତେବେ ଆଜକୁ ଦୀର୍ଘ ୪୬ ଦିନ ହେଲା ୭ ଦଫା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି ଅଙ୍ଗନବାଡ଼ି କର୍ମୀ । ଫଳରେ ସେମାନେ ଆଜି ବିଶାଳ ରାଲୀ କରି ଲୋଏର ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏହି ବିଶାଳ ରାଲି ଯାଇଥିଲା। ଦାବି ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନର ଆୟୋଜନ କରିଥିଲେ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଙ୍ଗନଓ୍ବାଡି କର୍ମୀମାନେ ଆଜି ଆସି ରାଜଧାନୀରେ ପହଞ୍ଚିଥିଲେ ।

ଅଙ୍ଗନବାଡି କର୍ମୀମାନେ ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ପାଇ ନଥିବାକୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରି ଥିଲେ ଏବଂ ସେଠାରେ ଧରଣାରେ ବସିଥିଲେ । ଏହାପରେ ଏକ ୮ ଜଣିଆ ପ୍ରତିନିଧି ଦଳଙ୍କୁ ଆଲୋଚନା ପାଇଁ ନବୀନ ନିବାସ ନିଆଯାଇଥିଲା । ଆଲୋଚନା ପରେ ସାମୟିକ ଭାବରେ ଫେବୃଆରୀ ୧୫ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ରହିଥିବା ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛିନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସଂଶୋଧୃତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ

Sunil Chandra Nayak

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଓ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କୃତ କରାଯିବ ବୋଲି ୫ଟି ସଚିବଙ୍କ ଘୋଷଣା

Leave a Comment

error: Content is protected !!