ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ନାବାଳିକା ସମେତ ଚାରି ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲେ ସାମାଜିକ କର୍ମୀ

ତେନ୍ତୁଳିଖୁଣ୍ଟି 3/12/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ସଦର ପଂଚାୟତ ର ଲଦୀପଦର ଗ୍ରାମ ର ଚାରି ଜଣ ଙ୍କୁ ପ୍ରଲୋଭିତ କରିବା ସହ ସେମାନଙ୍କ ଗରିବୀ ର ସୁଯୋଗ ନେଇ କଳାହାଣ୍ଡି ଜିଲ୍ଲା ନୂଆପଦର ଗ୍ରାମ ର ଏକ ଦଲାଲ ସେମାନଙ୍କୁ ବିହାର ର ଗୟା ନେବା ପାଇଁ ବାହାରିଥିଲା। ଲଦୀପଦର ର ଚାରି ଜଣ ଘରୁ ନିଜ ପୋଷାକ ପତ୍ର ସହ ନୂଆ ପଦର ପହଞ୍ଚି ଥିଲେ। କୋୖଣସି ସୂତ୍ରରୁ ସାମାଜିକ କର୍ମୀ ଭୀମସେନ ପାଣିଗ୍ରାହୀ ଖବର ପାଇ ନୂଆପଦର ପହଞ୍ଚି ଚାରିଜଣ ଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଥାନା ରେ ପହଞ୍ଚାଇ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।ଦଲାଲ କୁ ଚିହ୍ନଟ କରାଯାଇ ପାରିନି। ସାମାଜିକ କର୍ମୀ ପଂହଁଚି ଲା ବେଳକୁ ଫେରାର ହୋଇ ଯାଇଥିବା ପ୍ରକାଶ। ଉଦ୍ଧାର ଦାଦନ ମାନେ ହେଲେ ଶଶୀ ଜାନୀ (୨୩) ପିତା ସୁନ୍ଦର ସିଂ ଜାନୀ ,ଉଜ୍ଵଳ ଜାନୀ (୧୯) ପିତା ରୁପୁ ଜାନୀ , ଦୁଇ ଜଣ ନାବାଳକ ସୂର୍ଯ୍ୟ ଓ ଦମଣି ଚଉଦ ଓ ତେର ବର୍ଷ। ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରି ଦାଦନ ରୋକିବା ଚେଷ୍ଟା କରୁଥିବାବେଳେ ଏଭଳି ଆଦିବାସୀ ମାନେ ନିଜ ପିଲାଙ୍କ ପାଠ ପଢା ବନ୍ଦ କରି ଦାଦନ ଯାଉଥିବା ସତରେ ଉଦବେଗ ର ବିଷୟ। ମାଗଣା ଚାଉଳ ହେଉ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କଣ ଦାଦନ ଚାଲଣ ରୋକିବାରେ ଅକ୍ଷମ ? ତେନ୍ତୁଳିଖୁଣ୍ଟି ସଦର ରୁ ଲଦୀପଦର ଦେଇ ବରଡା ଝୋଡି କୁ ସବୁଦିନିଆ ରାସ୍ତା ନଥିବାରୁ ପ୍ରଶାସନ ଜନତା ଙ୍କ ସମସ୍ୟା ସମାଧାନ ପାଇଁ ପହଞ୍ଚି ପାରୁ ନଥିବାବେଳେ ଏହି ଆଭ୍ୟନ୍ତରୀଣ ଅଞ୍ଚଳରେ ଶ୍ରମିକ ଦଲାଲ ପଂହଁଚି ସେମାନଙ୍କ ବ୍ୟବସାୟ ବଢ଼େଇ ପାରୁଛନ୍ତି ଏହା ପ୍ରଶାସନ ପାଇଁ ଅଟ ହାସ୍ୟ ଭଳି ଲାଗୁଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପଂଚାୟତ ସରକାରୀ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

Sunil Chandra Nayak

ସଂଗୀତ ତରଙ୍ଗ ର ସଂଗୀତ ସନ୍ଧ୍ୟା

masiha

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

masiha

Leave a Comment

error: Content is protected !!