ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନିକିଆ ଗସ୍ତ ରେ ୫ ଟି ସଚିବ

 ନୂଆପଡା ଜିଲ୍ଲାକୁ ୫ ଟି ସଚିବ ଭିକେ ପାଣ୍ଡିଆନ ଦିନିକିଆ ଗ୍ରସ୍ତରେ ଆସି ଖଡ଼ିଆଳ ପହଞ୍ଚି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ ଓ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରିବା ସହ ରୋଗୀ ମାନଙ୍କୁ ମିଳୁଥିବା ସୁବିଧା ବୁଝି ପଚାରିଥିଲେ । ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଏକ ଆହାର କେନ୍ଦ୍ର ଖୋଲାଯିବ ବୋଲି ଘୋଷଣା କରିବା ସହ ନିର୍ମାଣ ହେଉଥିବା କାଫେ କାର୍ଯ୍ୟ ଶୀଘ୍ର ସରିବ ବୋଲି କହିବା ସହିତ ଏହି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ହସ୍ତାନ୍ତର କରାଯିବ ଫଳରେ ମହିଳା ମାନେ ଟଙ୍କା ରୋଜଗାର କରି ତାଙ୍କ ପୁଅଝିଅ ଓ ପରିବାରର ଉନ୍ନତି କରିପାରିବେ ବୋଲି କହିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱଭାଲମ୍ବୀ କରିବାକୁ ସରକାରଙ୍କ ଉଦ୍ୟମ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଅବସର କିଛି ସମୟ ସମସ୍ତଙ୍କ ସହିତ ଫୋଟୋ ଉଠାଇ ଥିଲେ । ଏହି ଅବସରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି ପ୍ରକାଶ କରିଥିଲେ । ଖଡ଼ିଆଳ ବିକାଶ ମଞ୍ଚ ପକ୍ଷରୁ ଖଡ଼ିଆଳକୁ ରେଳପଥ ନିର୍ମାଣ ପାଇଁ ଦାବି କରିଥିଲେ । ଓଡିଶା ସରକାର ଦ୍ଵାରା ସ୍ବୀକୃତି ପ୍ରାପ୍ତ, ଗଣଶିକ୍ଷକ ସଙ୍ଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ, ଗାୟତ୍ରୀ ଶକ୍ତି ପୀଠ ଚଳାନ ପଡା, ଖଡ଼ିଆଳ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ, ଶ୍ରୀଡି ସାଇ ମନ୍ଦିର ଟ୍ରଷ୍ଟ, ଏପରି ବହୁ ସଂଖ୍ୟାରେ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ସିଡିଏମଓ ଶୋଭାରଣୀ ମିଶ୍ର, ଖଡ଼ିଆଳ ସ୍ୱାସ୍ଥ୍ୟ ଅଧିକାରୀ ରଞ୍ଜିତ ରାଉତ, ଖଡ଼ିଆଳ ବିଡିଓ ବିରସେନ ବେହେରା, ଏସ୍ଡିପିଓ ଅରୁପ ଅଭିଷେକ ବେହେରା, ତହସିଲଦାର ସିଂନ୍ଧୁସୂତା ପାତ୍ର, ସିଡିପିଓ ମିନା ଅଗ୍ରୱାଲ, ଡବ୍ଲୁଇଓ କ୍ଷଣପ୍ରଭା ପାଣିଗ୍ରାହୀ, ଜିଲ୍ଲା ପରିଷଦ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ତନୟା ଶବର, ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

masiha

ନବନିର୍ବାଚିତ ଓକିଲ ସଂଘ ପ୍ରତିନିଧିମାନଙ୍କୁ AOLA ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା , ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହେଲେ ସଞ୍ଜିତ କୁମାର ପାଣିଗ୍ରାହୀ

ଡ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ପାଳନ ସହ “ମା ପାଇଁ ଗଛଟିଏ” କାର୍ଯକ୍ରମ 

masiha

Leave a Comment

error: Content is protected !!