ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ଡାବୁଗାଁ, ୨୧/୫ (ମ.ନି.ସ.)- ଶନିବାର ରାତ୍ରରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ସିଂସାରୀ ଫାଣ୍ଡି ଅଧୀନ ଝୋଲା ଗ୍ରାମରେ ଏକ ଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ଯାତ୍ରା ଚାଲିଥିବା ସ୍ଥାନରେ ଏକ ପାର୍ଶ୍ଵରେ ଖୁଡୁଖୁଡି ଖେଳ ଉପରେ ଡାବୁଗାଁ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ସିଂସାରୀ ଫାଣ୍ଡି ଅଧୀନ ଝୋଲା ଗ୍ରାମରେ ଯାତ୍ରା ଚାଲିଥିଲା | ସେଠାରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ସୁଜନ ରାୟ (୪୩), ଲଛମିଧର ଭତ୍ରା (୨୬), ସିବୁରାମ ହାଲଦାର (୬୯) ଓ ଅର୍ଜୁନ ହରିଜନ (୪୫)ଙ୍କୁ ଗିରଫ କରିବା ସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି, ୬ଟି ଗୋଟି ଏବଂ ୩୦୪୦ ଟଙ୍କା ଜବତ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଥାନା ଏଏସଆଇ ବିଜୟ କୁମାର ସାହୁ ଓ ଶିଶିର କାନ୍ତ ଘୋଷ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ଏନେଇ ଥାନା କେସ ନଂ ୧୦୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

masiha

ଵହଳଦା ଥାନା ! ଶଶୂର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା ସନ୍ଦେହ 

Vigilance Department Catches CDPO and Clerk Red-Handed in Rayagada

masiha

Leave a Comment

error: Content is protected !!