ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ମୟୂରଭଞ୍ଜ – ୨୧/୫ (ମସିହା)ଜାତୀୟ ରାଜପଥ ଵାଙ୍ଗିରିପୋଷୀ – ବାରିପଦା ରାସ୍ତା ସିମଳା ଛକ ଅନତି ଦୂରରେ ରାସ୍ତା ପାର୍ଶ୍ବ ଏକ ବିଶାଳ ଗଛରେ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକ ର ଆଗଚକ ଫାଟି ଯିବା ସହ ହେଲମେଟ ଭାଙ୍ଗି ଯାଇଥିଲା ।ଘଟଣାଟି ଶନିବାର ଦିନ ଅପରାହ୍ନରେ ଘଟିଥିଲା । ବାଇକ ଚାଳକଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଥିଲେ । ସୁଚନା ଯୋଗ୍ୟ ବାଙ୍ଗିରିପୋଷି ବ୍ଳକ ଶାମସୁନ୍ଦର ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମର ବିଭୂତି ବେହେରା(୫୦) ତାଙ୍କ ସହଯୋଗୀ ହିମାଂଶୁ ଗିରି(୪୨) ଲଙ୍ଗଳ କିଣିବାକୁ ଯାଇ ଫେରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସୁସ୍ଥରେ ଜିଈଁବା ପାଇଁ ନିଶାନିବାରଣ ଓ ଶାରିରୀକ ପରିଶ୍ରମ ଜରୁରତା ନେଇ ଅଭିରାମ ଙ୍କ ଝାରସୁଗୁଡ଼ା ରୁ ରାଇରଙ୍ଗପୁର ସଚେତନତା ପଦଯାତ୍ରା 

Sunil Chandra Nayak

ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରିର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

masiha

Leave a Comment

error: Content is protected !!