ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ୍ୟପ ନୃସଂଶ ବାପାର ଉନ୍ମତ୍ତ କାଣ୍ଡ:କୋଦାଳରେ ୨୨ ବର୍ଷ ର ପୁଅକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ

ନବରଙ୍ଗପୁର (ମସିହା)ମଦ୍ୟପ ବାପାର ଉନ୍ମତ୍ତ କାଣ୍ଡ l ଗୋଟିଏ କୋଦାଳ ରେ ନିଜର ୨୨ ବର୍ଷର ପୁଅକୁ ହତ୍ୟା କରି ଆତ୍ମ ସମର୍ପଣ କରିଛି ବାପା l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ ଥିବା ବେଙ୍ଗଲୀ ଖଣ୍ଡା ଗ୍ରାମରେ l ଗତକାଲି ରାତ୍ରି ଅନ୍ୟୁନ ୧୧ ଘଣ୍ଟା ସମୟରେ ବିପୁଳ ରାୟ ଅତ୍ୟଧିକ ମଦ୍ୟପାନ କରିଥିବା ବେଳେ ତାଙ୍କ ପୁଅ ସମୀରନ ରାୟ (୨୨)ଗୋଟିଏ କୁକୁଡା ଦୋକାନ ରେ କାମ ସାରି ଘରକୁ ଫେରିଥିଲେ l ସେହି ସମୟରେ ଉଭୟ ବାପା ଓ ପୁଅ ଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତି ତର୍କ ହେବାରୁ ବାପା ବିପୁଳ ରାୟ ରାଗି ଯାଇ ନିକଟରେ ଥିବା ଏଜ କୋଦାଳ ରେ ପୁଅ ସମୀରନ ଙ୍କ ବେକରେ ବାରମ୍ବାର ପ୍ରହାର କରିବାରୁ ଘଟଣା ସ୍ଥଳରେ ହିଁ ସମୀରନ ଙ୍କ ମୃତ୍ୟୁ ଘଟିଥିଲା l ମଦ୍ୟପ ନୃସଂଶ ବାପା ବିପୁଳ ରାୟ ସମୀରନ ଙ୍କ ମୃତ୍ୟୁ ପରେ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି l ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଷ ପିଇ ଯୁବକ ର ଆତ୍ମହତ୍ୟା

masiha

ଦୁଷ୍କର୍ମ କାରି ଜେଲ ଗଲେ 

Sunil Chandra Nayak

ବେଲଗାଁ ପୋଲିସର ବଡ଼ ସଫଳତା, ୧୨,୪୦୦ ଜେଲାଟିନ୍ ଷ୍ଟିକ୍ ଓ ୪୭ ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ; ଜଣେ ଗିରଫ 

Leave a Comment

error: Content is protected !!