ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

ମୟୂରଭଞ୍ଜ ତା : ୧0/0୮/୨୩ ( ମସିହା) ରିଖ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦେଶ କ୍ରମେ “ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ତା 0୯ ଓ ୧0 ରିଖ ମୟୁରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ମୟୁରଭଞ୍ଜ ସୀମାଠାରେ ସ୍ୱାଗତ କରି ତାଙ୍କ ପଟୁଆର ସହିତ ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱ ରେ ବିଭିନ୍ନ ଆଦିବାସୀ ବର୍ଗୀୟ କାର୍ଯ୍ୟକ୍ରମ ଯଥା ରେଲି, ଆଦିବାସୀ ସମ୍ବର୍ଦ୍ଧନା ଉତ୍ସବ, ମଶାଲ ଯାତ୍ରା ତତ ସହିତ ଓବିସି ବିଭାଗ ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ସହଯୋଗରେ କଂଗ୍ରେସ ଯୁବ ସରପଞ୍ଚ ତଥା ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର ଟାଣୁଆ କଂଗ୍ରେସ ନେତା ଲମ୍ବୋଦର ସିଂହ ଙ୍କ ନେତୃତ୍ୱରେ ଶାମାଖୁଣ୍ଟା ବ୍ଲକର ପୁଡା ଅସ୍ତିୟା ସ୍ଥିତ ସ୍ଥାପିତ ଆଦିବାସୀ ଭଗବାନ ବୀର ବିର୍ସାମୁଣ୍ଡା ଷ୍ଟେଚ୍ୟୁରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଯୋଗଦାନ କରି ମାଲ୍ୟାର୍ପଣ କରିଛନ୍ତି ଏବଂ ବାରିପଦା ନିର୍ବାଚନ ମଣ୍ଡଳୀରେ ଏକ ଆଦିବାସୀସାହିରେ ଟାଣୁଆ ସଂଗ୍ରାମୀ କଂଗ୍ରେସ ନେତା ବାଦଲ ହେମ୍ବ୍ରମ ଓ ଜିଲ୍ଲା କଂଗ୍ରେସ ର ମିଳିତ ସହଯୋଗ ରେ ବିଭିନ୍ନ ଆଦିବାସୀ ପାରମ୍ପରିକ ଗୀତ, ନାଚ ସହିତ ରାତ୍ରି ଭୋଜନ କାର୍ଯ୍ୟକ୍ରମ ବହୁତ ଉଲ୍ଲାସ ସହିତ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ମିଶିକି ଭୋଜନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟମାନେ ହେଲେ ସୁଶ୍ରୀ ସୁଶୀଳା ତିରିୟା ( ପୂର୍ବତନ ସାଂସଦ ), ମୟୁରଭଞ୍ଜ ପ୍ରଭାରୀ ଶ୍ରୀ ନକୁଳ ନାଏକ ( ପୂର୍ବତନ ସାଂସଦ ), ମୟୁରଭଞ୍ଜ ପ୍ରଭାରୀ ସୁଶ୍ରୀ ଅର୍ଚନା ନନ୍ଦୀ, ରାଜ୍ୟ ଏସ୍ଟି ସେଲ ଅଧକ୍ଷ ଶ୍ରୀ ଭୁଜବଳ ମାଝୀ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରସ୍ବତୀ ହେମ୍ବ୍ରମ,ପିସିସି ମେମ୍ବର ଶ୍ରୀ ନିରୋଜଲୋଚନ ଦାଶ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭୁବନ ସାହୁ, ଶ୍ରୀ ଲଲନ ସିନ୍ହା,ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର ଛୁଟୁରାମ ବିନ୍ଧାଣି, ମୀନକେତନ ବେହେରା, ରବୀନ୍ଦ୍ର ଗିରି, ରବୀନ୍ଦ୍ର ନାଥ ସେଠି, ଭୋଜଗୋବିନ୍ଦ ଦଳାଇ, ମହିଳା କଂଗ୍ରେସସଭାପତି ସୁସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ମୋତିପ୍ରକାଶ ଦାସ, ବିକାଶ ମହାଭୋଇ ସମେତ ବହୁମାନୟାଗଣ୍ୟ କଂଗ୍ରେସ ନେତା ବିଭିନ୍ନ ବ୍ଲକ ରୁ ଆସି ଯୋଗଦାନ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ: ଅଣଦେଖା ନେଇ ବିଜୁ ଜନତା ଦଳ କର୍ମକର୍ତ୍ତା ଓ କର୍ମୀଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!