ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଘେରାଉ ସମୟରେ ମହୁ ମାଛି ଆକ୍ରମଣ

ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଘେରାଉ ସମୟରେ ମହୁ ମାଛି ଆକ୍ରମଣ

ରାଇଘର ୧/୧୨(କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଭାରତୀୟ ଜନତା ପାର୍ଟି ତରଫରୁ ସରକାର ଙ୍କ ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର, ସରକାରୀ କାମ ରେ ଲାଞ୍ଚ ମାଗିବା ଆଦି ବିଭିନ୍ନ ସମସ୍ୟାକୁ ନେଇ ଆଜି ରାଇଘର ଭାରତୀୟ ଜନତା ପାର୍ଟି ବ୍ଲକ ଘେରାଉ କରିବା ସହ ଓଡିଶା ସରକାର ଭି.କେ ପାଣ୍ଡୀୟାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିରୋଧ ରେ ନାରାବାଜି କରି ବ୍ଲକ ଘେରାଉ କରିବା ସମୟରେ ମହୁମାଛି ଆକ୍ରମଣ ରେ ୧0ରୁ ଉର୍ଦ୍ଧ ଲୋକ ଗୁରୁତର ହୋଇଥିବା ଜଣା ପଡିଛି |ରାଇଘର ବ୍ଲକ ଭଜପା ତରଫରୁ ଶୁକ୍ରବାର ଅପରାହ୍ନ ୨ ଟା ସମୟରେ ନୂତନ ବସ ଷ୍ଟାଣ୍ଡ ଠାରୁ କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ଠାରେ ପହଞ୍ଚି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ସଭାକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ହଜାର ହଜାର ମହୁମାଛି କେଁଉଆଡୁ ଆସି କର୍ମୀଙ୍କୁ ଆକ୍ରମଣ କରିବାରୁ ସଭାରୁ ଛତ୍ର ଭଙ୍ଗ ଦେଇଥିଲେ କର୍ମୀ ମାନେ | ଯେ ଯୁଆଡେ ପାରିଲେ ପ୍ରାଣ ବିକଳ ରେ ଧାଁଇଲେ ଏଥିରେ ମୁଣ୍ଡିବେଡା ପଞ୍ଚାୟତ ର ବିକ୍ରମ ମାଝୀ ଗୁରୁତର ହୋଇ ରାଇଘର ପ୍ରାଥମିକ ଚିକିତ୍ସା ହେଉଥିବା ସହ ଅନ୍ୟ ମାନେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣା ପଡିଛି | ସେହିପରି ବିଧାୟକ ଙ୍କ ପ୍ରତିନିଧି ଶିବନାଥ ବାନାର୍ଜୀ ଙ୍କୁ ୧୪ ଟା ମହୁମାଛି କାମୁଡି ଆହତ କରିଥିବା ଜଣାପଡିଛି ଆଜିର କାର୍ଯ୍ୟକ୍ରମ ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ରମେଶ ସାହୁ, ସନ୍ତୋଷ ମହାପାତ୍ର, ଶିବ ନାଥ ବାନାର୍ଜୀ, ସୁଦର୍ଶନ ମାଝୀ, ମିହିର ଢାଳି, ଜିତୁ ଶ୍ରୀବାସ୍ତବ,ଶିବ ଗଣ୍ଡ,ଶ୍ୟାମଲାଲ କଲାର,ସୁଶାନ୍ତ ସାମନ୍ତରାୟ,କମଲ ହାଲଦାର, ଦିଖିଲ ମଣ୍ଡଳ, ମନୋହର ଦଣ୍ଡସେନା ଙ୍କ ସମେତ ସମସ୍ତ ବରିଷ୍ଠ ଭଜପା କର୍ମୀ ଉପସ୍ଥିତ ଥିଲେ ଶେଷରେ ଯେତେକି କର୍ମୀ ରହିଲେ ସେମାନେ ବହୁତ କଷ୍ଟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀ ଙ୍କୁ ଭେଟି ତାଙ୍କର ଦାବି ଜଣେଇଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ପାଳିତ

masiha

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!