ଜୁନାଗଡ ୪/୭(ମ ନି ସ) ବିଜୁ ଜନତl ଦଳ ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ର ନୂତନ କାର୍ଯ୍ୟକର୍ତ୍ତା ଅନୁମୋଦନ କରିଛନ୍ତି l ଜିଲା କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟ ରେ ଜୁନାଗଡ ଅଞ୍ଚଳ ର ବିଜୁ ଜନତା ଦଳ ର ଟlନୁଆ ନେତା ତଥା ଜୁନାଗଡ ଏନ୍ ଏ ସି ର ପୂର୍ବତନ ନଗର୍ ପାଲ୍ ମହେଶ୍ ସାହୁ ଙ୍କୁ ଜିଲା ସାଧାରଣ ସମ୍ପାଦକ, ସରକାରୀ ଓକିଲ ତଥା ସାମାଜସେବି ଦିଗlମ୍ବର ନଏକ ଙ୍କୁ ଉପସଭାପତି, ଜୁନାଗଡ ବିଧାନ ସଭା ନିର୍ବାଚନମଣ୍ଡଳୀ ପାଇଁ ଦଳ ର ଏକ ଶୃଙ୍ଖଳିତ କର୍ମୀ ତଥା ଜୁନାଗଡ ବିଧାୟକ୍ ଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତୀ ସଭାପତି ଭାବେ ଓ କଲେଇ ଗାଁ ସରପଞ୍ଚ ମଳୟ ଆଚାର୍ଯ୍ଯ ଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଗୁରୁ ଦାୟିତ୍ଵ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବିଜୁ ଜନତା ଦଳ କୁ କିପରି ଆହୁରି ମଜବୁତ୍ କରିବୁ ଓ ଦାୟିତ୍ଵ କୁ କିପରି ସଠିକ ଭାବେ ସେ ନେଇ ଆଗାମୀ ଦିନ ରେ ଅହରହ ଚେଷ୍ଟା କରିବୁ ବୋଲି ଏହି ତିନି ମନୋନୀତ କର୍ମୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଜୁନାଗଡ ଅଞ୍ଚଳ ରୁ ଏହି ସଭ୍ୟ ଙ୍କୁ ଦାୟିତ୍ଵ ଦେଇଥିବାରୁ ଜୁନାଗଡ ଅଞ୍ଚଳ ର ବିଜୁ ଜନତା ଦଳ ର କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ରାଜ୍ୟ ସଭା ସାଂସଦ ସୁଜିତ୍ ସେଠ୍ କୃତଜ୍ଞତା ଜ୍ଞାପନ କରିଛନ୍ତି l
previous post
next post