ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚାରି ବିଜେଡି କର୍ମୀ ଙ୍କୁ ନିର୍ବାଚନ ମଣ୍ଡଳୀ ପ୍ରମୂଖ ଦାୟିତ୍ଵ

ଜୁନାଗଡ ୪/୭(ମ ନି ସ) ବିଜୁ ଜନତl ଦଳ ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ର ନୂତନ କାର୍ଯ୍ୟକର୍ତ୍ତା ଅନୁମୋଦନ କରିଛନ୍ତି l ଜିଲା କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟ ରେ ଜୁନାଗଡ ଅଞ୍ଚଳ ର ବିଜୁ ଜନତା ଦଳ ର ଟlନୁଆ ନେତା ତଥା ଜୁନାଗଡ ଏନ୍ ଏ ସି ର ପୂର୍ବତନ ନଗର୍ ପାଲ୍ ମହେଶ୍ ସାହୁ ଙ୍କୁ ଜିଲା ସାଧାରଣ ସମ୍ପାଦକ, ସରକାରୀ ଓକିଲ ତଥା ସାମାଜସେବି ଦିଗlମ୍ବର ନଏକ ଙ୍କୁ ଉପସଭାପତି, ଜୁନାଗଡ ବିଧାନ ସଭା ନିର୍ବାଚନମଣ୍ଡଳୀ ପାଇଁ ଦଳ ର ଏକ ଶୃଙ୍ଖଳିତ କର୍ମୀ ତଥା ଜୁନାଗଡ ବିଧାୟକ୍ ଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତୀ ସଭାପତି ଭାବେ ଓ କଲେଇ ଗାଁ ସରପଞ୍ଚ ମଳୟ ଆଚାର୍ଯ୍ଯ ଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଗୁରୁ ଦାୟିତ୍ଵ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବିଜୁ ଜନତା ଦଳ କୁ କିପରି ଆହୁରି ମଜବୁତ୍ କରିବୁ ଓ ଦାୟିତ୍ଵ କୁ କିପରି ସଠିକ ଭାବେ ସେ ନେଇ ଆଗାମୀ ଦିନ ରେ ଅହରହ ଚେଷ୍ଟା କରିବୁ ବୋଲି ଏହି ତିନି ମନୋନୀତ କର୍ମୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଜୁନାଗଡ ଅଞ୍ଚଳ ରୁ ଏହି ସଭ୍ୟ ଙ୍କୁ ଦାୟିତ୍ଵ ଦେଇଥିବାରୁ ଜୁନାଗଡ ଅଞ୍ଚଳ ର ବିଜୁ ଜନତା ଦଳ ର କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ରାଜ୍ୟ ସଭା ସାଂସଦ ସୁଜିତ୍ ସେଠ୍ କୃତଜ୍ଞତା ଜ୍ଞାପନ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ 

masiha

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!