ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରି ମୋଟର ସାଇକେଲ ଉଦ୍ଧାର,୨ଅଭିଯୁକ୍ତ ଗିରଫ

ଜୁନାଗଡ଼,୪/୭(ମ ନି ସ)ଜୁନାଗଡ଼ ଥାନା ଅଂଚଳରେ ଚୋରି ହୋଇଥିବା ୭ଗୋଟି ମୋଟର ସାଇକେଲ ପୋଲିସ ଉଦ୍ଧାର କରିବା ସହ ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ ଯେ ଜୁନାଗଡ଼ ଜୁନାଗଡ଼ର ରଞ୍ଜିତ ଶର୍ମା ତାଙ୍କର ମୋଟର ସାଇକେଲ ଚୋରି ହୋଇଥିବା ନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏ ସଂକ୍ରାନ୍ତରେ ଜୁନାଗଡ଼ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇ ଚୋରି ୭ଗୋଟି ମୋଟର ସାଇକେଲ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ସିନାପାଲି ହାତିବନ୍ଧାର ଭୁପେନ ବାଗ(୧୯)ଓ ସିନାପାଲି ଭାଟିପଡାର ଶୀତଳ ମେହେର ଓରଫ ଡିଙ୍ଗର(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସ୍ଥାନୀୟ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଯାଇଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅବକାରୀ ଚଢାଉ ୧ ଗିରଫ 

masiha

୩ ବାଲି ବୋଝେଇ ହାଇୱା ଜବତ  , ୯୮ ହଜାର ଜରିମାନା ଆଦାୟ 

Sunil Chandra Nayak

ଖଡିଆଳ ସହର ଶାନ୍ତି ନଗର ରେ ଆଶନ୍ତ ଘଟଣା, ଯୁବକ ଙ୍କୁ ଗୁଳି ଆକ୍ରମଣ

masiha

Leave a Comment

error: Content is protected !!