ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତ ପୁରୁଷ ଙ୍କୁ ପ୍ରେମ କରି ଜୀବନ ହାରିଲେ ଯୁବତୀ

ବିବାହିତ ପୁରୁଷ ଙ୍କୁ ପ୍ରେମ କରି ଜୀବନ ହାରିଲେ ଯୁବତୀ

ରାଇଘର ୨୫/୧୧(କିରଣ ପଟ୍ଟନାୟକ )ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୋନା ପଂଚାୟତ ର ମୁରମଡିହି ଜଙ୍ଗଲରେ ରାଇଘର ବାଗବେଡ଼ା ଗ୍ରାମର ତିଲା ଗଣ୍ଡ ଙ୍କ ଶବ ଉଦ୍ଧାର, ଏହାର ପାଖରେ ଥିବା ଗଛ ଓ ଜମିରେ ରକ୍ତ ଛିଟ ଥିବା ଯୋଗୁଁ ଏହା ଏକ ହତ୍ୟା କାଣ୍ଡ ବୋଲି ଅନୁମାନ କରାଯାଉଛି, ରାଇଘର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି। ସାଇଣ୍ଟଫିକ ପହଞ୍ଚି ଶବ କୁ ଖୋଳି ବାହାର କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପଟେ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଂକ ସ୍ତ୍ରୀ ଙ୍କୁ ସନ୍ଦେହ ରେ ଅଟକ ରଖିଛି ରାଇଘର ପୋଲିସ୍। ଘଟଣାରୁ ସନ୍ଦେହ ଚନ୍ଦ୍ର ରାଉତଙ୍କ ସହିତ ମୃତ ତିଲା ବତୀ ଗଣ୍ଡଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ପରେ ଚନ୍ଦ୍ର ରାଉତ ଙ୍କ ଘରେ ଅଶାନ୍ତି ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ତିଲା ବତୀ ଙ୍କୁ ଦୁନିଆ ରୁ ହଟାଇବା ପାଇ ଯୋଜନା କରିବା ସହିତ ତିଲା ବତୀ ଙ୍କୁ ହତ୍ୟା କରି ମୃତ ଶରୀରକୁ ୩୧ ଖଣ୍ଡ କରି ଚନ୍ଦ୍ର ଜଙ୍ଗଲ ଭିତରେ ପୋତି ଦେଇଥିବା ଜଣାପଡିଛି । ରାଇଘର ପୋଲିସ ଘଟଣା ସ୍ଥଳ ରୁ ଶବ ଜବତ କରି ବ୍ୟବଚ୍ଛେଦ କରି କେସ ନୋ ୨୦୬/୨୩ ରେ ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

masiha

ପୁଅ ପରିବହନ ଓ ପୋଲିସ ହାତରେ ପଡିବାରୁ କୋଟଗଡ଼ ବିଡ଼ିଓ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ 

Sunil Chandra Nayak

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

Sunil Chandra Nayak

Leave a Comment

error: Content is protected !!