ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ

ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ

କୋକସରା,୧୫/୪ // କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ପୋଡ଼ୁ ଚାଷ ପାଇଁ ବାରମ୍ବାର ନିଆଁ ଲଗାଇ ଦେଉଥିବା ଅଭିଯୋଗ ହେଉଛି । ସେହିପରି ଗତକାଲି ସାହାଜଖୋଲ ଜଙ୍ଗଲରେ ନିଆଁ ଲଗାଉ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଆମପାଣି ଫରେଷ୍ଟ ଗାର୍ଡ ଓ କର୍ମଚାରୀ ମାନେ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ପାପଡାହାଣ୍ଡି ବ୍ଲକ ମାଝୀଗୁଡା, ସାନ ବାରଲୀର ଗୁରୁବନ୍ଧୁ ମାଝୀ (୫୦) କୁ ଘଟଣାସ୍ଥଳରୁ ଗିରଫ କରି ଧର୍ମଗଡ ରେଞ୍ଜ ଅଫିସକୁ ନେଇ ଅଟକ ରଖିବା ପରେ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: 15ତାରିଖରୁ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ 

୫୦ ଗ୍ରାମ୍ ହେରୋଇନ୍ ଜବତ ସହିତ ଦୁଇଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ୍

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

masiha

Leave a Comment

error: Content is protected !!