ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରରେ ଶିଶୁ ସାହିତ୍ୟ ଆସର

ବାସନ୍ତୀ ପାଠାଗାରରେ ଶିଶୁ ସାହିତ୍ୟ ଆସର

ରାଉରକେଲା: ଶିଶୁ ମାନଙ୍କ ଭିତରେ ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା ତଥା ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ ଉଦ୍ଦେଶ୍ୟରେ ବାସନ୍ତୀ ପାଠାଗାର ସଭାଗୃହରେ ଏକ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ଏହି ଆସରରେ ତିନୋଟି ବିଭାଗ କରାଯାଇଥିଲା । ପ୍ରଥମ ବିଭାଗ ‘ମୁକ୍ତମଞ୍ଚ’ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶିଶୁ କୁ ମଞ୍ଚ ଉପରେ ୩ ମିନିଟ ପାଇଁ ନିଜର ପ୍ରତିଭା ପ୍ରବନ୍ଧ,ଗପ,କବିତା,ମଜା କଥା,ବ୍ୟଙ୍ଗ, ଏକାଙ୍କିକା ଇତ୍ୟାଦି ସାହିତ୍ୟର ଉପସ୍ଥାପନ ପାଇଁ ସୁଯୋଗ ଦିଆଯାଇଥିଲା | ପିଲାମାନଙ୍କ ମଧ୍ୟରୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପି କ୍ରିତିଶ୍ରୀ ପାତ୍ର, ଶୁଭସ୍ମିତା ବୟାରୀ , ଡିଏଭି ର ଭାଗ୍ୟଶ୍ରୀ ପଣ୍ଡା ଗଳ୍ପ ପାଠ କରିଥିବା ବେଳେ, କବିତା ଆବୃତ୍ତି ତଥା ସଂଗୀତ ରେ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଆଲିଶା ରାୟ, ସୌମ୍ୟଶ୍ରୀ ପାତ୍ର, ଡିଏଭି ର କୌଶିକ ଦାଶ, ସମୀକ୍ଷା ପାତ୍ର, ରାଜଶ୍ରୀ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟର ରେ ‘ଛବି (ସାହିତ୍ୟ ଦର୍ପଣ)’ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ପାରଳାଖେମୁଣ୍ଡି ମହାରାଜା ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ଉପସ୍ଥାପନା କରାଯାଇଥିଲା | ତୃତୀୟ ପର୍ଯ୍ୟାୟରେ ‘ମାଧୁର୍ଯ୍ୟ (କଥା ସାହିତ୍ୟର)’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟିନୀ ଜେନା ବିଭିନ୍ନ ଶିକ୍ଷଣୀୟ କଥା ଗଳ୍ପ ମାଧ୍ୟ୍ୟମରେ କହିଲା ପରେ କିଛି ମୌଖିକ ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ | ସଠିକ ଉତ୍ତର ଦେଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅନୀଲ କୁମାର ଦାଶ, ରବିନ୍ଦ୍ର ଠାକୁର, କମଳ ଆଚାର୍ଯ୍ୟ, ଅଜୟ ମହାନ୍ତି, ବିଷ୍ଣୁ ଚରଣ ସାହୁ, କବିତା ଦାଶ, ସ୍ବର୍ଣ୍ଣଲତା ଘଡେ଼ଇ, ନିରୁପମା ଚାନ୍ଦ, ପ୍ରିୟା ପାତ୍ର, ସୁମିତା ସ୍ବାଇଁ, ଶରତ ରାଉତ, ବିଭୁଦତ୍ତ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ବିଦ୍ୟୁତ ପ୍ରଭା ସାହୁ, ପ୍ରସନ୍ନ କୁମାର ସାବତ,ଗୀତାଞ୍ଜଳି ମହାରଣା, କୁଳମଣି ଦାସ, ସଂଗ୍ରାମ ପ୍ରିୟ ତନ୍ତୀ, ମଳୟ ମହାନ୍ତି,ବସନ୍ତ ମହାରଣା, ସୁମନ୍ତ ପତି, ନାରାୟଣ ଖଣ୍ଡେଲୱାଲ, ସଞ୍ଜୟ ମିଶ୍ର, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଅଜୟ କୁମାର ପ୍ରଧାନ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, କୌଶଲ୍ୟା ମହାରଣା, ପଦ୍ମିନୀ ଦାଶଭାୟା, ସୁଚେତା ସାହୁ, ବ୍ରଜେନ୍ଦ୍ର ଦାଶ,ବବିଳତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋରୁମହିଷାଣୀ ଯୁକ୍ତ ୨ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍ସ,ସିକିଲ ସେଲ,ହେପାଟାଇଟସ୍ – ବି ଏବଂ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

Sunil Chandra Nayak

ବଙ୍ଗଳା ଗୁଡା କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କ ନିକଟରେ ନିବେଦନ

Sunil Chandra Nayak

Leave a Comment

error: Content is protected !!