ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

କୋକସରା,୧୫/୪ // ନିର୍ବାଚନ ପାଇଁ ଦଲୀୟ ଟିକେଟ ବଣ୍ଟନ ପରେ ଦଲୀୟ ପ୍ରାର୍ଥୀ ମାନେ ଦିନରାତି ଏକ କରି ଭୋଟର ଓ ସମର୍ଥକଙ୍କୁ ମନାଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି।କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ ଭେଟେରାନ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଦଳ ପୁନର୍ବାର ଟିକେଟ ଦେଇ ନିର୍ବାଚନ ମୈଦାନରେ ଉତାରି ଥିବା ବେଳେ ରାଜନୈତିକ ଗୋଟି ଚାଳନାରେ ଅଭିଜ୍ଞ ପୁଷ୍ପେନ୍ଦ୍ର ସିଂଦେଓ ନିଜର ରଣନୀତିକୁ ନେଇ ନିଜର ନିର୍ବାଚନ କ୍ଷେତ୍ରରେ ପ୍ରଚାର ଆରମ୍ଭ କରିଛନ୍ତି। ଅନ୍ୟ ପଟରେ କୋକସରା ବ୍ଲକରେ ପୁଷ୍ପେନ୍ଦ୍ରଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ। କିଛିଦିନ ପୂର୍ବରୁ ବିଜେଡି ଦଳରେ କୋକସରା ବ୍ଲକ ଅଧ୍ୟକ୍ଷା ଥିବା ପତ୍ନୀ ରିତା ଅଗ୍ରୱାଲ ଓ ବ୍ଲକର ୨୨ ପଞ୍ଚାୟତର ସରପଞ୍ଚ ସମିତି ସଦସ୍ୟଙ୍କ ସହ ବିଜେଡିରେ ସାମିଲ ହୋଇଥିବା ବେଳେ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ ନିଜ ସମର୍ଥକଙ୍କ ସହ ବିଜେଡି ସପକ୍ଷରେ ପ୍ରଚାରର ମଙ୍ଗ ଧରି ବିଧାୟକ ପ୍ରାର୍ଥୀ ଶ୍ରୀ ସିଂଦେଓଙ୍କ ସହ ଗାଁ ଗାଁରେ ପ୍ରଚାରରେ ସାମିଲ ରହିଥିବା ଦେଖିବାକୁ ମିଳୁଛି। ଶନିବାର ବ୍ଲକର କନ୍ଦାବୁଟୁରା, କାଶିବାହାଲ,ଫୁଫଗାଁ ପଞ୍ଚାୟତର ଅନେକ ଗ୍ରାମରେ ପହଞ୍ଚି ପ୍ରଚାର କରିଛନ୍ତି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ। ତାଙ୍କ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ଡାକେଶ୍ୱର ଲହଜଳ, ପ୍ରମୋଦ ଅଗ୍ରୱାଲ, ମନୋଜ ବେହେରା, ପ୍ରଣବ ବେହେରା, ବିପ୍ର ପଟେଲ, ମନୁରାମ ପଟେଲ, କିଶୋର ନାଏକ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ନାରିନେତ୍ରୀ ଅଶୋକା ନାଏକ ଓ ଦଲୀୟ କର୍ମୀମାନେ ଉପସ୍ଥିତ ରହି ପ୍ରଚାରରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତରାପୁର ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଂଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

Sunil Chandra Nayak

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!