ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ସହ ଭୋଟ ହୋଇଛି

ଚାଲିଛି ଭୋଟ ଗ୍ରହଣ 

ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ସହ ଭୋଟ ହୋଇଛି

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋହରା ପାଲି ଗ୍ରାମର ବୁଥ ନମ୍ବର ୮୯ ରେ ଇ ଭି ଏମ ଖରାପ ଯୋଗୁ ଭୋଟଦାନ ଦେଢ଼ ଘଣ୍ଟା ବିଳମ୍ବ ହୋଇଛି। ଏହି ବୁଥରେ ୧୦୩୧ ଜଣ ଭୋଟର ଅଛନ୍ତି।ଏହା ଏକ ସଖି ବୁଥ କରା ଯାଇଛି। ସେହିପରି ପୋଡାପାଲି ବୁଥ, ବଡମହେଶ୍ୱର ଗ୍ରାମରେ ଇଭିଏମ ଖରାପ ହେବା ଯୋଗୁଁ ଦେଢ଼ ଘଣ୍ଟା ବିଳମ୍ବରେ ଭୋଟ ଆରମ୍ବ ହୋଇଥିଲା । ବିଳମ୍ବ ଯୋଗୁଁ ଭୋଟିଂ ସମୟ ବଢ଼ାଇବା ପାଇଁ ଲୋକେ ଦାବି କରିଥିଲେ । ମୋଟ ୩୦୧ ବୁଥ ରେ ଭୋଟଦାନ ବ୍ୟବସ୍ଥା ହୋଇଥିବା ବେଳେ କୋଡ଼ିଏ ବୁଥକୁ ସଖି ବୁଥ କରା ଯାଇଛି। ମୋଟ ଭୋଟର ସଂଖ୍ୟା ଦୁଇ ଲକ୍ଷ ଏକାବନ ହଜାର ସାତ ଶହ ଅଛନ୍ତି। ଭୋଟ ଦାନ ପାଇଁ ଆଜି ସକାଳୁ ଲୋକେ ଭିଡ ଜମାଇ ଛନ୍ତି। ବିଭିନ୍ନ ବିଦ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର କରା ଯାଇଥିବା ବେଳେ ଆନୁଷଙ୍ଗିକ ସୁବିଧା ସୁଯୋଗ କରାଯାଇଛି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତର ସମାଡ ପଦର ଗ୍ରାମର ଲୋକେ ମହୁଲ କୋଟ ଗ୍ରାମକୁ ଆସି ଭୋଟ ଦେଉଛନ୍ତି। ଏହି ଗାଁ ଜଙ୍ଗଲ ଭିତରେ ଥିବା ବେଳେ ରାସ୍ତା ମଧ୍ୟ ନିର୍ମାଣ ହୋଇନାହିଁ। ଲୋକେ ଚାଲି ଚାଲି ଚାରି କିଲୋମିଟର ଆସି ଭୋଟ ଦେଉଛନ୍ତି। ଯାହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ବିନା ଛାଇ ରେ ଭୋଟ ଦେଉଛନ୍ତି ଭୋଟର

ସିନାପାଲି ବ୍ଲକ କସେଇ ପାଣି ଗ୍ରାମର ବୁଥ ନମ୍ବର ୨୯୪ ଓ ନିଲଜି ଗ୍ରାମର ୨୧୬ ଓ ୨୧୭ ନମ୍ବର ବୁଥରେ ଛାଇ ବ୍ୟବସ୍ଥା କରା ଯାଇ ନଥିବାରୁ ଲୋକେ ଖୋଲାରେ ଧାଡ଼ି ହୋଇ ଅପେକ୍ଷା କରିଛନ୍ତି। ଆଜି ଖରାର ତାପମାତ୍ରା କମ୍ ରହିଛି,ଯଦି ଖରା ବଢିବ ତାହାହେଲେ ଲୋକେ ଅଂଶୁଘାତର ଶିକାର ହେବେ କି ନାହିଁ? ବୃଦ୍ଧ ବୃଦ୍ଧା ରୋଗିଣା ଲୋକ ଘଣ୍ଟା ଘଣ୍ଟା ଖରାରେ ଠିଆ ହୋଇ ରହିବା ସମ୍ବେଦନଶିଲ ଘଟଣା ହୋଇଥିବା ବେଳେ ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେବା ପରିତାପର ବିଷୟ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଆମ ଆଦମୀ ପାର୍ଟି ଯୁବ ସଚେତନ 

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

masiha

ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର

masiha

Leave a Comment

error: Content is protected !!