ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁରେ ସାଧାରଣ ନିର୍ବାଚନ ଭୋଟଦାନ ଶେଷ 

ଡାବୁଗାଁରେ ସାଧାରଣ ନିର୍ବାଚନ ଭୋଟଦାନ ଶେଷ 

ଡାବୁଗାଁ, ୧୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ସାଧାରଣ ନିର୍ବାଚନ ଭୋଟଦାନ ସୋମବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି | ଡାବୁଗାଁ ବ୍ଲକ ଅଧୀନ ମୋଟ ୫୫ ଟି ବୁଥ ରେ ମତଦାନ ଅନୁଷ୍ଠିତ ହୋଇଛି | ରାତି ୬ ଘ॰ ସୁଦ୍ଧା ୫୧ ଟି ବୁଥରେ ମତଦାନ ଶେଷ ହୋଇଥିବା ବେଳେ ୪ ଟି ବୁଥରେ ମତଦାନ ଚାଲୁରହିଛି | ପାରିଆବେଡା, ମୁଣ୍ଡିଗୁଡା, ନନ୍ଦପୁରା ଓ ମେଣ୍ଡ୍ରା ବୁଥରେ ମତଦାନ ଚାଲୁରହିଛି | ଚଳିତ ବର୍ଷ ଭିନ୍ନକ୍ଷମ ଭୋଟର ମାନେ ମତଦାନ କରିଥିବା ଦେଖିବାକୁ ମିଳିଛି | ଉମୁରହାଣ୍ଡି ବୁଥରେ ମତଦାନ ସମୟ ପୂର୍ବରୁ ଭିଭିପାଟ ରେ ତ୍ରୁଟି ଥିବାରୁ ଭିଭିପାଟ ମେସିନ ବଦଳା ଯାଇଥିଲା | ସକାଳ ୬.୩୦ ସମୟରୁ ଭୋଟର ମାନେ ମତଦାନ କେନ୍ଦ୍ର ନିକଟରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା | ଡାବୁଗାଁ ବ୍ଲକ ରେ କୌଣସି ବୁଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ | ଶାନ୍ତି ସୃଖଳା ସହ ମତଦାନ ହୋଇଛି | ଡାବୁଗାଁ ବ୍ଲକରେ ମୋଟ ଭୋଟର ୪୬,୩୪୪ ରହିଛନ୍ତି | ଚଳିତ ନିର୍ବାଚନରେ ପୁରୁଷ ମାନଙ୍କ ଠାରୁ ଅଧିକ ମହିଳା ଭୋଟର ମାନେ ମତଦାନ କରିଛନ୍ତି | ସନ୍ଧ୍ୟା ୭.୩୦ ଘ. ସମୟ ପର୍ଯ୍ୟନ୍ତ ଡାବୁଗାଁ ବ୍ଲକରେ ୮୫ ପ୍ରତିଶତ ମତଦାନ ହୋଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଶା ପାଇଁ ଲଜ୍ୟା : ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ 

masiha

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷ ରୁ ବଙ୍ଗଳାଦେଶ ରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧ ରେ ଏକ ବିକ୍ଷୋଭ ସଭା, ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର 

masiha

Leave a Comment

error: Content is protected !!