ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ

ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ

ବାଲିଗୁଡା, ତା, ୧୭/୦୪:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲିଗୁଡ଼ା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକ ଓ ବାଲିଗୁଡ଼ା ଏନ୍ଏସିର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଏକତ୍ରିତ ହୋଇ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରିବା ସହ ସ୍ଥାନୀୟ ବିଜୁ ଫୁଡ୍ କୋର୍ଟ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେପରେ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହ ବିଜୁ ବାବୁଙ୍କ ଆଦର୍ଶକୁ ଆପଣାଇ ଓଡ଼ିଶା ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରି ଆଗାମୀ ଦିନରେ ପୁଣି ଆମେ କ୍ଷମତାକୁ ଆସିବୁ ଏବଂ ପୁଣି ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେବୁ ବୋଲି ଟୁନା ଦାସ ନିଜ ବକ୍ତବ୍ୟ ରେ ଉପସ୍ଥିତ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ନର୍ଲା ଜିତୁ କମ୍ପ୍ଲେକ୍ସ୍ ଠାରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମମତା ରାଣୀ ଗୋପାଳ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାନେତ୍ରୀ ନିଯୁକ୍ତ

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ଙ୍କୁ ଭେଟିଲେ ସୁନୀତି ମୁଣ୍ଡ

Sunil Chandra Nayak

Leave a Comment

error: Content is protected !!