ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା ଚାଂଚେର ଓ ପରମାନନ୍ଦ ମାଝୀ

ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା ଚାଂଚେର ଓ ପରମାନନ୍ଦ ମାଝୀ

ଦଳରେ ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଲାଞ୍ଜିଗଡ଼,୧୬/୦୪(ମନିସ)- ନିର୍ବାଚନ ଯେତେ ପାଖେଇ ଆସୁଛି । ବିଭିନ୍ନ ଦଳରେ ବଢୁଛି ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା । ସେହିପରି ଦଳଡିଆଁ ବଢିବାରେ ଲାଗିଛି । ଏଥର ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ଅନେକ ଆଶାୟୀଙ୍କ ଚେର କାଟିଥିବା ନେଇ ତୁହାକୁ ତୁହା ଅଭିଯୋଗ ହେଉଛି । ଯେଉଁ କାରଣରୁ ଜିଲ୍ଲାରେ ନେତାଙ୍କ ଦଳଡିଆଁ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି । ଏହିପରି ଭାବେ ଦଳରେ ଅଣଦେଖା ଅଭିଯୋଗ କରି ଦଳ ଛାଡ଼ିବା ସହିତ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ ନେତା । ଆଜି ଭୁବନେଶ୍ୱରସ୍ଥିତ ଶଙ୍ଖଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲାଞ୍ଜିଗଡ ବିଧାନସଭା ଟିକେଟ ଆଶାୟୀ ଥିବା ବିଜେପି ନେତା ଚାଂଚେର ମାଝୀ, ଯୁବନେତା ରାଜେନ୍ଦ୍ର ମାଳୀ, ହରିହର କୁମାରଙ୍କ ସମେତ ଅନେକ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଚାଂଚେର ମାଝୀ ଲାଞ୍ଜିଗଡ ବିଧାନସଭା ଆସନରେ କଂଗ୍ରେସ ଦଳକୁ ସଂଗଠିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ ନଦେବାରୁ ନିଜ ସମର୍ଥକଙ୍କୁ ନେଇ ସେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ବିଜେପି ମଧ୍ୟ ନିରାଶ କରିବାରୁ ସେ ଦଳ ଛାଡି ଆଜି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ମାସକ ମଧ୍ୟରେ କଂଗ୍ରେସ, ବିଜେପି ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ମାଝୀ । ସେହିପରି ବିଜେଡି, କଂଗ୍ରେସ, ସମୃଦ୍ଧ ଓଡିଶା, ପୁଣି କଂଗ୍ରେସ ବାଟ ଦେଇ ଏବେ ପୁଣି ଥରେ ଶଙ୍ଖ ଫୁଙ୍କିଛନ୍ତି ଆଦିବାସୀ ନେତା ପରମାନନ୍ଦ ମାଝୀ । ସେ ମଧ୍ୟ ଏଥର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳରୁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ନିରାଶ କରିବା ଅଭିଯୋଗ କରି ସେ ଦଳ ଛାଡିଛନ୍ତି । ସେହିପରି କଂଗ୍ରେସ ଦଳର ଜଣେ ନେତା ଓ ଯୁବ ସଂଗଠକ ତ୍ରିଲୋଚନ ପାଣିଗ୍ରାହୀ ଆଜି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଶଙ୍ଖ ଭବନଠାରେ ଅୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

Sunil Chandra Nayak

The Odisha Janata Congress party workers convention at 42 mouza Cuttack.

ଵିଜାତଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଙ୍କ ରୋଡ଼ ସୋ

masiha

Leave a Comment

error: Content is protected !!