ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୀଟ ନାଶକ ଔଷଧ ଖାଇ ଛାତ୍ରୀ ମୃତ୍ୟୁ 

 କୀଟ ନାଶକ ଔଷଧ ଖାଇ ଛାତ୍ରୀ ମୃତ୍ୟୁ 

 ବନ୍ଧୁଗାଁ ତା ୧୫/୪/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କେ ଯାଗୁଗୁଡା ଗ୍ରାମର ଜଣେ ଦ୍ୱାଦଶ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ନିଜ କୁଡ଼ିଆ ଘରେ କୀଟ ନାଶକ ଔଷଧ ଖାଇ ମୃତ୍ୟୁ ହୋଇଯାଇଛି। ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ଗାଁ ଠାରୁ ଅଳ୍ପ ଦୂରରେ ଥିବା ନିଜ ଚାଷ ଜମି ଠାରେ ଥିବା କୁଡିଆ ଘରେ ରହି ବାଳିକା କୁନି ହାରାକା ୧୭ ବର୍ଷ ଘରେ ଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଝିଅର ପାଟିରୁ ଫେମ୍ପଲ ବାହାରୁଥିବା ଦେଖି ବାପା ଓ ସମ୍ପର୍କୀୟଙ୍କ ସହିତ ସଙ୍ଗେ ସଙ୍ଗେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜ ବାପା ବନ୍ଧୁଗାଁ ପୋଲିସ ଥାନା ଠାରେ ଲିଖିତ ଅଭିଯୋଗ କରିବା ପରେ ଏଏସ ଆଇ ବି ଟି ସାଧୁ କେଶ ହାତକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରି ପାରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମହୁଲଡିହା ପଡ଼ିଆରେ ଦୁଇ ଦିବସୀୟ ଜନଜାତି କ୍ରୀଡା ଓ ଏସଡିସି ଫୁଟବଲ କପ୍ ପ୍ରତିଯୋଗିତା

masiha

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା,ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ 

masiha

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

Leave a Comment

error: Content is protected !!