ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ସ୍ବୀକୃତିପ୍ରାପ୍ତ ୟୁନିୟନ ଭାବେ କୃତିତ୍ଵ

ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ସ୍ବୀକୃତିପ୍ରାପ୍ତ ୟୁନିୟନ ଭାବେ କୃତିତ୍ଵ

ରାଉରକେଲା: ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ରାଉରକେଲା ଇସ୍ପାତ କାରଖାନାର ସ୍ବୀକୃତିପ୍ରାପ୍ତ ୟୁନିୟନ ଭାବରେ ନିଜର ବିଗତ ୨ ବର୍ଷର କୃତିତ୍ବ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

    ରାଉରକେଲା ଇସ୍ପାତ କାରଖାନା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ଇତିହାସରେ ସର୍ବୋତ୍ତମ ‘ପେ ସ୍କେଲ’ ନିର୍ଦ୍ଧାରଣ କରାଯିବା ଦ୍ବାରା ୩ ପ୍ରତିଶତ ଇନିକ୍ରିମେଣ୍ଟ ପାଇପାରୁଛନ୍ତି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ନାଇଟ୍ ସିପ୍ଟର ଏଲାଉନ୍ସ ୯୦ ଟଙ୍କାରୁ ୧୮୦ ଟଙ୍କା ବୃଦ୍ଧି କରାଯାଇଛି। କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ପିପି ସର୍କୁଲାର ୧୦୦୭କୁ ସରଳୀକରଣ କରାଯାଇ ପିପି – ୧୧୪୫ ସର୍କୁଲାର ନାମରେ ଜାରିକରାଯାଇଛି। ଏଥିରେ କର୍ମଚାରୀଙ୍କ ଭାଇଭଉଣୀଙ୍କୁ ଡିପେଣ୍ଡାଣ୍ଟ ଭାବରେ ଅନ୍ତର୍ଭୁକ୍ତ କରାଯାଇ ଚାକିରୀ ଦେବାର ବ୍ୟବସ୍ଥା ସହିତ ଧର୍ମପତ୍ନୀଙ୍କ ଚାକିରୀ ବୟସ ସୀମା ୩୫ ବର୍ଷରୁ ୪୦ ବର୍ଷକୁ ବୃଦ୍ଧି କରାଯାଇଛି।

        ବକେୟା ଥିବା ୩୯ ମାସର ଏରିଅର ପାଇଁ ଚେଷ୍ଟା ଅବ୍ଯାହତ ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଇନସେନଟିଭ୍ ରିଓ୍ବାର୍ଡ ରିଭିଜନ୍ କରିବାକୁ ପଦକ୍ଷେପ ନେଇ ଇସ୍ପାତ କର୍ତୃପକ୍ଷଙ୍କ ସହିତ ବୈଠକ କରାଯିବା ପରେ, ସହମତି ଭିତ୍ତିରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ କର୍ପୋରେଟ ଅଫିସ ପଠାଯାଇଥିଲା। ଏହା ଉପରେ କତୃପକ୍ଷ ପଦକ୍ଷେପ ନେବା ପରେ, ଏହାର ସୁଫଳ ସମସ୍ତ କର୍ମଚାରୀ ପାଇପାରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଥିଲା। ଏଥିସହ ୭୧ ପ୍ରକାରର କୃତିତ୍ୱ ର ଏକ ଚିଠା ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଥିଲା।

         ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ମଙ୍ଗଲ ଏକ୍କା, ଅକ୍ଷୟ ଜେନା, ସନ୍ତୋଷ କୁଜୁର, ସଂଜୀବ ପଣ୍ଡା, ଆର୍ କେ ପଣ୍ଡା, ଦିଲ୍ଲୀପ ମହାପାତ୍ର,ବି କେ ହର ଶେଖର ଦେଓ ଙ୍କ ସହ ଗାଙ୍ଗପୁର ମଜଦୁର ମଞ୍ଚର ସଭାପତି ଜର୍ଜ ତିର୍କୀଙ୍କ ସମେତ ସାଧାରଣ ସମ୍ପାଦକ ଗୋପାଳ ଦାସ, ରୋହିତ ଯୋଶେଫ ତିର୍କୀ, ନିହାର ଦାସ, ବାସିଲ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ କୁନି ଝିଅ ସୁରଭି

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି, ରାଜସ୍ଥାନର ଜୈନ ଭଵନକୁ ଥାଇଲାଣ୍ଡର ଡ୍ରାଗନ ଟେମ୍ପୁଲ ତୋରଣ 

masiha

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

Leave a Comment

error: Content is protected !!