ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜର ଶେଷ ମଣିଷ ପାଇଁ ଅଧିକାର ଓ ନ୍ୟାୟ ସୁନିଶ୍ଚିତ କରେ ସମ୍ବିଧାନ 

ସମାଜର ଶେଷ ମଣିଷ ପାଇଁ ଅଧିକାର ଓ ନ୍ୟାୟ ସୁନିଶ୍ଚିତ କରେ ସମ୍ବିଧାନ 

କଳାହାଣ୍ଡି ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ 

ଭବାନୀପାଟଣା, ୨୬/୧୧(ମ ନି ସ     )-ଦେଶର ଗ୍ରାମାଞ୍ଚଳ ବିଶେଷ କରି ତୃଣମୂଳ ସ୍ତରର ଶେଷ ମଣିଷକୁ ନ୍ୟାୟ ଓ ତା’ ପାଇଁ ସମାନତାର ଅଧିକାର ଉପଲବ୍ଧ କରାଇବା ହେଉଛି ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆଜିର ଦିନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜନସାଧାରଣଙ୍କୁ ଜଣେ ନାଗରିକକୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ସମ୍ବିଧାନ ହିଁ ସୁନିଶ୍ଚିତ କରିଥାଏ। ବିଶ୍ୱର ସର୍ବ ବୃହତ ସମ୍ବିଧାନ ଭାବେ ପରିଚିତ ଭାରତୀୟ ସମ୍ବିଧାନ ଦେଶବାସୀଙ୍କୁ ଛଅଗୋଟି ମୌଳିକ ଅଧିକାର ଦେବା ସହିତ ୧୦ ଗୋଟି କର୍ତ୍ତବ୍ୟ ପାଳନ ଦିଗରେ ସୂଚୀତ କରିଥାଏ। ବିଶ୍ୱ ରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ସେଇ ଗ୍ରନ୍ଥ ଯାହା ଦେଶବାସୀଙ୍କୁ ଜଣେ ସଚେତନ ଓ ସୁନାଗରିକ କରିବାକୁ ପ୍ରେରିତ କରିଥାଏ ବୋଲି ଆଜି କଳାହାଣ୍ଡି ଆଇନ ମହାବିଦ୍ୟାଳୟରେ ଆୟୋଜିତ ସମ୍ବିଧାନ ଦିବସ ତଥା ଜାତୀୟ ଆଇନ ଦିବସ ଅବସରରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା କଳାହାଣ୍ଡି ଆଇନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଜଜ ଅନୁପ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବଦ୍ରି ନାରାୟଣ ନନ୍ଦ, ସମ୍ମାନିତ ଅତିଥି ଭାବେ ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ରାଜୀବ ଲୋଚନ ସାହୁ, ରେଜିଷ୍ଟ୍ରାର ଚରଣଜିତ ଓରାମ, ସିନିୟର ସିଭିଲ ଜଜ ରଶ୍ମିରେଖା ପାତ୍ର, ସିଭିଲ ଜଜ ଜୁନିୟର ଡିଭିଜନ ସୁମିତ୍ରା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶୁଭ ଗୌତମ ମିଶ୍ର ସ୍ୱାଗତ ଅଭିଭାଷଣ ସହିତ ସଭା ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ରାଜେଶ ନାଏକ, ବୁଲୁ ନାଏକ, ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବିଶ୍ୱଜିତ କର, ସତ୍ୟେନ ଚୌଧୁରୀ, ଦିପ୍ତୀରାଣୀ ପଟ୍ଟନାୟକ, ନରେନ୍ଦ୍ର ମାହାର, ହରିଶ୍ଚନ୍ଦ୍ର ବେହେରା, ଅବିନାଶ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ କର୍ମଚାରୀ ଯୁଧିଷ୍ଠିର ବିଶି, ହେମନ୍ତ ଦାସ, ହେମନ୍ତ ମୁଣ୍ଡଙ୍କ ସମେତ ଜିଲ୍ଲା କୋର୍ଟର ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିପିୟୁଟିରେ ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳିତ

Sunil Chandra Nayak

ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର 

masiha

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

Leave a Comment

error: Content is protected !!