ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟ ଜୀବନ ସଂଘରେ ବିଭୁକୃପା କାର୍ଯ୍ୟକ୍ରମ

ଦିବ୍ୟ ଜୀବନ ସଂଘରେ ବିଭୁକୃପା କାର୍ଯ୍ୟକ୍ରମ

ରାଉରକେଲା: ଦିବ୍ୟ ଜୀବନ ସଂଘ, ଇସ୍ପାତ ନଗରୀ ଶାଖା ତରଫରୁ ବିଭୁକୃପା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଘର ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଓ ରାମକୃଷ୍ଣ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ଼ଃ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗଦେଇ ବିଭୁକୃପା ସମ୍ପର୍କରେ ତଥା ସଦଗୁରୁ ଶିବାନନ୍ଦଜୀ ମହାରାଜ ତଥା ତାଙ୍କ ଶିଷ୍ୟ ଚିଦାନନ୍ଦ ସରସ୍ୱତୀ ମହାରାଜ ଓ କୃଷ୍ଣାନନ୍ଦ ଜୀ ମହାରାଜ ଙ୍କ ବାଣୀ ର ୫ ଟି କଥା ଉପରେ ଆଲୋଚନା କରିଥିଲେ। ଡ଼ଃ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ସତ୍ ସେବା ରେ କିପରି କିଛି ମନ୍ଦ ନାହିଁ, କେବଳ ବାସ ଅଛି, ସୁନ୍ଦରକାଣ୍ଡ ରେ କିପରି ସବୁ ସୁନ୍ଦର,ସୈ। ନ୍ଦର୍ଯ୍ୟ , ଇନ୍ଦ୍ରିୟ ଶୋଧନ, ପ୍ରେମ କିପରି ସୁନ୍ଦର, ଅତ୍ୟଧିକ ପ୍ରଶଂସା କିପରି ତୋଷାମଦ,ଆମର କିପରି ପ୍ରେମାଷ୍ପଦ ହେଉଛନ୍ତି ମହାପ୍ରଭୁ, ମହାପ୍ରଭୁଙ୍କୁ ଭଲପାଇବାର ଅର୍ଥ ହେଲା ସମସ୍ତଙ୍କୁ ଭଲପାଇବା,ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ବିଶ୍ବ ମଧୁମୟ କବିତା, କୃଷ୍ଣ ନାମରେ କିପରି ଶରୀର ବିଶୋଧନ ହୋଇଯାଏ ତଥା ହରି ନାମ ରାମ ନାମରେ ଯେଉଁ ପ୍ରଭାବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ସଂଘ ତରଫରୁ ଡ଼ଃ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆଲୋକ ରଂଜନ ମଲ୍ଲିକ, ପ୍ରଦୀପ କୁମାର ପଣ୍ଡା, ଅମୂଲ୍ୟ କୃଷ୍ଣ ମିଶ୍ର, ବ୍ରଜେନ୍ଦ୍ର ଦାଶ,ଡା ଅବନୀ ଦାଶ, ଗିରିଧାରୀ ସ୍ବାଇଁ,ଅକ୍ଷୟ ଭୋଇ,ସିମାଞ୍ଚଳ ଦିକ୍ଷୀତ, ନରସିଂହ ରଥ, ଶୁଭଶ୍ରୀ ମିଶ୍ର, ଭୋଳେଶ୍ବର ବେହେରା,ମେଧିର ଷଡ଼ଙ୍ଗୀ, ଅରବିନ୍ଦ ଦାସ, ସୁଜାତା ରଥଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ପାଣି ଘେରରେ ଦୌଡ଼େଶ୍ୱର ମନ୍ଦିର, ୨- ବୁଡ଼ିଲା ଅନନ୍ତଶୟନ ମୂର୍ତ୍ତି

Sunil Chandra Nayak

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ରକ୍ଷାବନ୍ଧନ ରେ ଆମବସ ଚଳାଚଳ ଠପ୍ 

Sunil Chandra Nayak

Leave a Comment

error: Content is protected !!