ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ଶନିବାର ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ କରିବା ସହିତ ଆସାମୀ କୁ ଗିରଫ କରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ଶନିବାର ସକାଳ ୮.୩୦ ମିନିଟ୍ ସମୟରେ ସଦଳ ବଳେ ପାଟ୍ରୋଲିଂ ରେ ଯାଇଥିବା ବେଳେ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଟଙ୍କଧର ସାହୁ ଙ୍କ ଠାରୁ ନୀଳକଣ୍ଠପୁରସ୍ଥ ବାଜି ରାଉତ ପ୍ରତିମୂର୍ତ୍ତି ନିକଟରେ ତାଙ୍କ ଓଡ଼ି ୦୬ ସି ୪୦୪୧ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରିଥିଲେ ।  

ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୩୧/୨୦୨୬-୨୭ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କାମାକ୍ଷାନଗର ଏ ଡି ଜେ କୋର୍ଟ କୁ ପଠାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନକଲି ବିଦେଶୀ ମଦ ସହିତ କାର ଜବତ, ୦୨ ଗିରଫ

masiha

ଭରଣ୍ଡିଆରେ ବହୁ ଚର୍ଚ୍ଚିତ ମହିଳାଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ

masiha

ଅଜଣା ଗାଡି ଧକ୍କାରେ ମହିଳା ମୃତ

Leave a Comment

error: Content is protected !!