ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

 ଯାଜପୁର , ୧ ନଭେମ୍ବର ୨୦୨୫ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ଗାଁରେ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନ ଚିତ୍ତରଞ୍ଜନ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭାରତ-ପାକିସ୍ତାନ ସୀମା ଜମ୍ମୁ ଅଖନୁର ସେକ୍ଟରରେ ଗତ ଅକ୍ଟୋବର ୩୦ ତାରିଖ ସକାଳେ କ୍ୟାମ୍ପରେ ଅନୁଷ୍ଠିତ ଶାରୀରିକ ଫିଟନେସ ଅଭ୍ୟାସ କରୁଥିବା ବେଳେ ଅଚାନକ ଅସୁସ୍ଥତା କାରଣରୁ ଯବାନ ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗ ଘଟିଥିଲା। 

ଆଜି ସହିଦ ଯବାନଙ୍କ ପ୍ରାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। 

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ପୋଲିସ୍ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ, ଉପଜିଲ୍ଲାପାଳ ଶ୍ରୀ ତାପସ ରଂଜନ ଦେହୁରୀ, ଦଶରଥପୁର ବିଡ଼ିଓ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। 

Related posts

ଦେବେନ୍ଦ୍ର ଦାଶ ଥିଲେ ପ୍ରଚଣ୍ଡ ପ୍ରତିଭାର ବିସ୍ଫୋରଣ। ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ଆୟୋଜିତ

masiha

ନୂଆପଡ଼ା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଅନୁଗୁଳ ଆମ୍ବେଦକର ଭବନ ଉଚ୍ଛେଦ ନୋଟିସର ପ୍ରତିବାଦ ,  କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବହୁଜନ ମିଳିତ ମହାସଂଘ

Sunil Chandra Nayak

Leave a Comment

error: Content is protected !!