ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଗଡଚଣ୍ଡୀ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ମା ଗଡଚଣ୍ଡୀ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ଖଇରା,୧୪/୦୧/୨୦୨୪- ବାଲେଶ୍ଵର ଜିଲ୍ଲା ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ ଥିବା ମା ଗଡ଼ଚଣ୍ଡିଙ୍କ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ମା ଗଡ଼ଚଣ୍ଡୀ ମନ୍ଦିର ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଫେବୃୟାରୀ ମାସ ୨୪ ଓ ୨୫ ତାରିଖ ୨ଦିନ ଧରି ଏହି ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି । ଏଥିରେମଧୁସୂଦନ ବେହେରା, ଲମ୍ବୋଦର ବେହେରା, ନିରୋଦ ମହାନ୍ତି, ରବୀନ୍ଦ୍ର ବେହେରା, ସରୋଜ କୁମାର ସେଣ୍ଢ, ପ୍ରତାପ କୁମାର ସେଣ୍ଢ, ବାମନ ନାୟକ, ନିଳାମ୍ବର ସେଣ୍ଢ, ଟଙ୍କଧର କେଶୀ, ଗଣନାଥ ନାୟକ, ଗୋବର୍ଦ୍ଧନ ଜେନା, ଦୈତାରି ଦାସ, ମହିନ୍ଦ୍ର ଜେନା, ନିରଞ୍ଜନ ଜେନା, ସନାତନ ଜେନା, ପ୍ରଫୁଲ୍ଲ ଜେନା, ବାଙ୍କୁ ବେହେରା, ପିତାମ୍ବର ପରିଡ଼ା, ଅନିରୁଦ୍ଧ ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

masiha

ଜଙ୍ଗଲ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!