ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ମୟ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ଚିନ୍ମୟ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ 

ରାଉରକେଲା/ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ସ୍ବାମୀ ଵିଵେକାନନ୍ଦ ଲୋକ ସଂସଦ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୬୨ ତମ ଵିଵେକାନନ୍ଦ ଜୟନ୍ତୀ ପାଳିତ ହୋଇ ଯାଇଛି। ଏଥିରେ ସଭାପତି ଇଂ କୁମାର ବେହେରା ଙ୍କ ପୌରହିତ୍ୟ, ଅଧ୍ୟକ୍ଷା ଶର୍ମିଷ୍ଠା କଵିଶତପଥି ଙ୍କ ତତ୍ତ୍ୱାବଧାନ, ତଥା ଶିକ୍ଷୟିତ୍ରୀ ନିରୁପମା ପତି ଙ୍କ ସଂଯୋଜନା ରେ ଵିଵେକାନନ୍ଦ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁଵ ଦିବସ ୨୦୦ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାଳନ କରାଯାଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକା ସଂଯୁକ୍ତା ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଵିଵେକାନନ୍ଦ ଜୀଵନୀ ଉପରେ ଆଲୋକପାତ କରି ଥିଲେ। ମୁଖ୍ୟ ବକ୍ତା ଭାଵରେ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଡ କିଶୋରୀ ଦାସ କହିଥିଲେ ଯେ ଶାରୀରିକ ଓ ମାନସିକ ଅସ୍ତିତ୍ବ ର ସମନ୍ବୟ ର ପ୍ରତୀକ ହେଉଛନ୍ତି ଵିଵେକାନନ୍ଦ। ସ୍ବାମୀ ଜୀଙ୍କ ଆଦର୍ଶରେ ଆଜିର ଛାତ୍ର ସମାଜ ଅନୁପ୍ରାଣିତ ହୋଇ ଦେଶକୁ ଆଗେଇ ନେଵା ଉଚିତ୍। ଅଧ୍ୟକ୍ଷା ଶ୍ରୀମତୀ କଵି ଶତପଥୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଇଂ ବେହେରା ଯୁବସମାଜ କୁ ଆହ୍ବାନ ପୂର୍ଵକ ଦେଶର ସୁନାଗରିକ ହେବାକୁ ଆମନ୍ତ୍ରଣ କରିଥିଲେ। ଵିଵେକାନନ୍ଦ ଲୋକ ସଂସଦ ତରଫରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସରସ୍ଵତୀ ଶିଶୁ ମନ୍ଦିର,ସେକ୍ଟର ୬, କୁଆଁରମୁଣ୍ଡା,କଚାରୁ ତଥା ଵୈଦିକ ବିଦ୍ୟାଳୟ ବେଦବ୍ୟାସ ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ର ସଭାପତି ଭଵେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ଉମାକାନ୍ତ ପଣ୍ଡା ଙ୍କ ଦାୟିତ୍ଵ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।ପ୍ରତ୍ୟକ୍ଷ ଭାଵେ ଅଭିଭାବକମାନେ ମଧ୍ୟ ଯୋଗଦାନ କରି ଏ ସଂଗଠନ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ପ୍ରଥମେ ଚିନ୍ମୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ତଥା ଶାନ୍ତି ପାଠ କରିଥିଲେ। ପରିଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗୌରୀ ନାଗ, ନିରୁପମା ମହାପାତ୍ର ତଥା ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି ବ୍ଲକଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ମୋ ବ୍ଲକ – ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

Leave a Comment

error: Content is protected !!