ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

ଭୁବନେଶ୍ୱର — ବଡ ଟେନସନ ଗଲା,ଏଥର ଆଉ କେହି ଫସାଇବାର ହିମତ ଦେଖାଇ ପାରିବେନି ରୁଙ୍ଗଟାକୁ, ବୋଲି ଖଣି ଅଞ୍ଚଳରେ ଖୁବ ଚର୍ଚ୍ଚା ଆରମ୍ଭ। ହେଲେ କଥାଟା କିଆଁ ଟିକିଏ ଅଲଗା ଅଲଗା ଲାଗୁଛି ଯେ “ଲୁଚିଛି ନା ଗୋଡ ଦୁଇଟି ଦିଶୁଛି” ବିଲେଇ ଯେତେ ଲୁଚି ଲୁଚି କ୍ଷୀର ପିଇଲେ କଣ ହେବ? ଖଣି ବାସୀଙ୍କୁ ବହୁତ କିଛି ମାଲୂମ ହୋଇ ସାରିଲାଣି ଏଠି କଣ ଚାଲିଛି?ଏଠି ଯେଉଁ କଦର୍ଯ୍ୟ ଘୋଟାଲାନୀତି ଚଳାଇଛନ୍ତି ଭତ୍ତା ଅଫିସର ସହ ଏକ ମୋନ, ଏକ ପ୍ରାଣ ହୋଇ ଅଣଓଡ଼ିଆ ଅଫିସର ଜଣକ ନକହିବା ବେସି ଭଲ।ପ୍ରଥମେ ଜେ.ଏସ.ଡବ୍ଲୁ ପୁଣି ଏମ/ଏସ–ମା ଜଗତ ଜନନୀ ପୁଣି କାହା ପାଳି ପଡିବ କିଏ କହି ପାରିବ?ହେଲେ ରୁଙ୍ଗଟା ବଡ଼ ହୃଦୟବାନ ବାହାରିଲା,ନିଜ ଖଣିରୁ ଯାହା ଖଣିଜ ବାହାରିବ, ତାହାର ଉପରେ ସର୍ବାଧିକ ମୂଲ୍ୟ 65 ପରିମାଣ ହିସାବରେ ରାଜସ୍ବ ଦେବ ରୁଙ୍ଗଟା ପ୍ରଥମ। ଯେମିତିକି କିଛି ଗୋଟିଏ ହେବା ଆଗରୁ କମ୍ପାନୀ ସତର୍କ ହୋଇ, ଝାମେଲାରୁ ମୁକ୍ତି ପାଇଗଲା ବୋଲି ଚର୍ଚ୍ଚା।ଏଠି ‘ଦୋ କା ପାଞ୍ଚ’ କରିବାଟା ଭାରି ମାମୁଲି କଥା,ହେଲେ ବଳି ପଡିବା ସମୟ ଆସିଲେ, ଆଗେ କମ୍ପାନୀକୁ ଠିଆ କରିବା ଅତି ସହଜ ହେବାରେ ଲାଗିଛି । ହେଲେ ସମସ୍ୟା ଆସିଲେ ହେଡ଼କ୍ୱାଟର୍ସ ବାବୁ ମାନଙ୍କୁ କିଛି ଶୁଭୁନି ‘କି’ ଦିଶୁନି ବୋଲି ଖଣିବାସୀ ନାହିଁନଥିବା ହିନସ୍ଥା ହୁଅନ୍ତି, ଯାହା ଜାଣି ଅଜଣା ହୋଇ ରୁହନ୍ତି ଅଫିସର କାନରେ ଚୁଣ୍ଟା ଦେଇ?ଏବେ ଏଠି ବଗିଚାକୁ(ପଦାର୍ଥ–ଗାର୍ଡେନ)ଭୀଷଣ ବିପଦ ଘାରିଛି କିନ୍ତୁ କରା ଜୀବବା କଣ?ଯେଉଁ ବାଡ଼ ଜଗିବା କଥା ବଗିଚାକୁ’ସେ ବାଡ଼(ଭତ୍ତା ଅଫିସର / ଅଣଓଡ଼ିଆ ଅଫିସର) ବର୍ତମାନ ବଗିଚା ଖାଇ, ଧ୍ୱଂସ କରି, ସର୍ବନାଶ କରିବାକୁ ଲାଗିଛି ବୋଲି ଦେଖିବାକୁ ମେଳେ।ତେବେ ସୂଚନା ଯୋଗେ ଯେଉଁ ଉଦ୍ଦେଶ୍ୟ ରଖି ଯୋଡ଼ା ଉପନିର୍ଦ୍ଧେଶକ ରାସାୟନିକ ବିସ୍ଲେସଣ କାର୍ଯ୍ୟଳୟରେ ଏକ ଏକ୍ସ. ଆର.ଏଫ ନାମକ ମୂଲ୍ୟବାନ ମେସିନ ଆସିଯାଇ କେବଳ ପହଁଞ୍ଚିଛି ଯାହାର ମୁଲ୍ୟ ପ୍ରାୟ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱର ଏକ ମେସିନ ଆସି ପହଁଞ୍ଚିଥିବା ବେଳେ କିନ୍ତୁ ରୁଙ୍ଗଟାର ପରୀକ୍ଷା ହେଉଥିବା ନମୁନା ମାସିକ ପ୍ରାୟ ତିନି ଶହ ରହିଥିବା ବେଳେ ତାହା ଆଗକୁ ଆଉ ପରୀକ୍ଷା ହେବାର ନାହିଁ ବୋଲି ଜାଣିବାକୁ ମିଳେ।ତେବେ ପୂର୍ବରୁ ଉକ୍ତ ଖଣି ବିଭାଗରେ ମାତ୍ର ପନ୍ଦର ଶହ ସର୍ବାଧିକ ନମୁନା ପରୀକ୍ଷା ମାସିକ ହେଉଥିବା ବେଳେ ରୁଙ୍ଗଟାର ତିନି ଶହ ନମୁନା ପରୀକ୍ଷାରୁ ବଞ୍ଚିତ ହେବ ଘଟଣା ବିଭାଗର ବିକାଶ ‘ନା’ ବିନାଶ ଯାହା ଆଗାମୀ ଦିନ କହିବ ବୋଲି ବୁଦ୍ଧିଜୀବିଙ୍କ ଆକଳନ।ଏପରିକି ବିଭାଗରେ ପୂର୍ବରୁ ସଠିକ ରୂପେ କାର୍ଯ୍ୟ ସମାପନ ହେଉଥିବା ବେଳେ ମେସିନର ଆବଶ୍ୟକତା ‘ନା’ କେଉଁ ଅଧିକାରୀଙ୍କ ମେସିନ ଲଗାଇବାରେ ଏକ ବିରାଟ ବଡ଼ ଚଞ୍ଚକତା ବୋଲି ଆଲୋଚନା ହେଉଥିବାର ଶୁଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

Sunil Chandra Nayak

ଚିଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ପଲ୍ଲିସଭା ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚ ଙ୍କ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!