ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

କଟକ : କିଶୋରନଗର ସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନର ସଦସ୍ୟ ମାନଙ୍କ ସେବା ମନୋବୃତି ଅଂଚଳରେ ବିଭିନ୍ନ ମହଲରେ ବେଶ୍ ପ୍ରଶଂସନୀୟ ହୋଇଛି । ସଙ୍ଗଠନ ତାର ସେବା କାର୍ଯ୍ୟକୁ ବଜାୟ ରଖି ନିକଟରେ ସ୍ଥାନୀୟ ଲେଣ୍ଡୁରା ଭଗବାନପୁର ଗ୍ରାମର କିଡିନି ଆକ୍ରାନ୍ତ ରୋଗୀ ଶରତ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ସଙ୍ଗଠନର ସଦସ୍ୟ ସ୍ବାମୀ ଅଦ୍ଵୈତ ନନ୍ଦ,ସୀତାରାମ ପଣ୍ଡା,କ୍ଷିତିନ୍ଦ୍ର ମିତ୍ର,ମୀନକେତନ ମହାନ୍ତି,ସୁଧି ରଂଜନ ସେଠୀ,ସୁଧାକର ଦାସ,ଜଗନ୍ନାଥ ମଲ୍ଲିକ,ଭୈରବ ଚନ୍ଦ୍ର ସେଠୀ ପ୍ରମୁଖ ପହଞ୍ଚି ରାସନ ସାମଗ୍ରୀ,ନୂତନ ବସ୍ତ୍ର,ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶରତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସଙ୍ଗଠନ ତରଫରୁ ଦାବି ହୋଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ

masiha

କପା ଔଷଧ ବିଶ ପିଇ ଆତ୍ମହତ୍ୟା

Sunil Chandra Nayak

“ଅବିଚଳ ସଂଗ୍ରାମୀ” ଲୋକାର୍ପିତ : କ୍ଷିତିଶ ବିଶ୍ୱାଳଙ୍କ ସଂଗ୍ରାମୀ ଜୀବନ ଆଜିର ପିଢି ପାଇଁ ପ୍ରେରଣା — ଦୀପଙ୍କର ଭଟ୍ଟାଚାର୍ଯ୍ୟ

Leave a Comment

error: Content is protected !!