ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଖ୍ୟାଲଘୁ ଦିଵ୍ଯାଙ୍ଗ ବୃଦ୍ଧାଙ୍କ ପ୍ରତି ମାନବିକତା ଦେଖାଇଲେ ଜାମଦା ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ

ମୟୂରଭଞ୍ଜ – ୧୦/୧/୨୩(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତର ବଡଦୁନ୍ଦୁ ଗ୍ରାମର ଅସହାୟ ଅବିବାହିତ ସଂଖ୍ୟାଲଘୁ ଭିନ୍ନକ୍ଷମ ବୃଦ୍ଧା ଗୁଲବାହାର(୬୨)ଙ୍କ ଦୂରାବସ୍ଥା ଦେଖି ଜାମଦା ବ୍ଲକର ଯୁବ ସମାଜସେବୀ ତଥା ଜାମଦା ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ ମାନବିକତା ପଣିଆ ଦେଖାଇବା ସହ ସହାୟତାର ହାତ ବଢାଇଛନ୍ତି । ସୂଚନାଯୋଗ୍ୟ ଅସହାୟ ଗୁଲବାହାର ନିଜର ଆତ୍ମୀୟ କେହି ନାହାନ୍ତି ।ଗାଁରେ କାମଧନ୍ଦା କରି ପେଟ ପୋଷୁଛନ୍ତି ।କିଛି ମାସ ପୂର୍ବେ ଦୁର୍ଘଟଣାରେ ତାଙ୍କର ଗୋଟାଏ ଗୋଡ଼ ଅଚଳ ହୋଇଯାଇଛି ।ଘୁଷୁରି ଘୁଷୁରି ଲୋକଙ୍କ ଘରେ କାମ କରି ମାଗି ଯାଇଛି ପେଟ ପୋଷନ୍ତି । ସରକାରଙ୍କ ଯୋଜନା ତାଙ୍କ ପାଇଁ ସାତ ସପନ ଥିଲା । ଯୁବ ସମାଜସେବୀ ବାବୁଲା ଟୁଡୁ ରାସ୍ତାରେ ଭିନ୍ନକ୍ଷମ ଗୁଲବାହାର ବିକଳ ହୋଇ ଘୁଷୁରି ଘୁଷୁରି ଯାଉଥିବା ସମୟରେ ତାଙ୍କର ନଜର ପଡ଼ିଥିଲା ।ହୃଦୟ ତାଙ୍କର ତରଳି ଯାଇଥିଲା ।ଭାବ ବିହ୍ୱଳ ହୋଇ ସେହି ମା’ଙ୍କର ଅସହାୟ ଅବସ୍ଥା ଦେଖି ତାଙ୍କର ଆଖି କୋଣରୁ ଚୋରା ଲୁହ ବୋହି ଆସିଥିଲା ।କିଛି ସମୟ ପରେ ନିଜକୁ ସମ୍ଭାଳି ନେଇ କେମିତି କିଛି ସାହାଯ୍ୟ କରି ପାରିବେ ମନସ୍ଥ କଲେ । ଗ୍ରାମବାସୀଙ୍କ ଠାରୁ ତାଙ୍କର ଦୁରାବସ୍ଥା ଅବଗତ ହେଲେ । ଗୁଲବାହାର ଖାଦ୍ୟ ସୁରକ୍ଷାରୁ ବଂଚିତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ, ମଧୁବାବୁ ପେନସନ ଯୋଜନାରୁ ବଂଚିତ ।ସେ ଗୁଲବାହାରଙ୍କ ସମସ୍ୟା କୁ ନେଇ ଯାମଦା ବ୍ଳକର ବିଡ଼ିଓ ଶ୍ରୀ ଦେବାଶିଷ ପଣ୍ଡାଙ୍କୁ ଗୁଲବାହର ଅବଗତ କରାଇଲେ ।ବିଡିଓ ସବୁକିଛି ଜାଣି ସାରିବା ପରେ ପ୍ରଶାସନ ପକ୍ଷରୁ ଯେତେ ପାରିବେ ସେତେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୋମବାର ଦିନ ବିଡ଼ିଓ ଵଡଦୁନ୍ଦୂ ଗ୍ରାମରେ ଅପରାହ୍ନ ୫ଟା ପାଖାପାଖି ସମୟରେ ପହଞ୍ଚିଲେ । ପୂର୍ବରୁ ସମାଜସେବୀ ବାବୁଲା ଟୁଡୁ ଏବଂ ଗ୍ରାମବାସୀ ଅପେକ୍ଷାରତ ଥିଲେ । ଗ୍ରାମବାସୀମାନେ ଗୁଲବାହରର ଦୁଃଖ କାହାଣୀକୁ ବିଡ଼ିଓଙ୍କ ପାଖରେ ବଖାଣି ଥିଲେ ।ବିଡିଓ ଭିନ୍ନକ୍ଷମ ଗୁଲବାହଙ୍କୁ ଯିବା ଆସିବା ପାଇଁ ଏକ ଟ୍ରାଇସାଇକେଲ ପ୍ରଦାନ କରିଥିଲେ ।ଏକ ଅନ୍ତୋଦୟକାର୍ଡ ମଧ୍ଯ ଯୋଗାଇ ଦେଇଥିଲେ ଯେଉଁଥିରେ ୩୫ କିଲୋ ଚାଉଳ ପାଇବେ।ଭତ୍ତା ପାଇଁ ବ୍ୟାଙ୍କର ଏକ ପାସବୁକ ଖୋଲି ଦେଇଥିଲେ ।ସମୟ ଆସିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଚିକିତ୍ସା ପାଇଁ ମଧ୍ୟ ଯାହାକିଛି ବ୍ୟବସ୍ଥା କରାଯିବ ସେ କରିବେ ବୋଲି କହିଥିଲେ । ବିଡିଓ ଶ୍ରୀ ଦେବାଶିଷ ପଣ୍ଡା ନିଜ ହାତରେ ବୃଦ୍ଧାଙ୍କୁ ତା’ପରେ ଚା’ଦେଇଥିଲେ । ବିଡିଓଙ୍କ ମାନବିକତା ଓ ମହତପଣିଆ ଦେଖି ଗ୍ରାମବାସୀମାନେ ତଟସ୍ଥ ହୋଇପଡ଼ିଥିଲେ ।ଯାମଦା ଅଂଚଳରେ ବାବୁଲା ଟୁଡୁ ଜଣେ ଜଣାଶୁଣା ପରିଚିତ ଯୁବ ସମାଜସେବୀ । ଯାହାର କେହି ନ ଥାନ୍ତି ତାଙ୍କର ବାବୁଲା ଟୁଡୁ ହିଁ ସାହା ଭରଷା ।ସେ ସର୍ବଦା ତାଙ୍କର ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି ।ଖୁବ୍ କମ୍ ସମୟରେ ବାବୁଲା ଟୁଡୁଙ୍କ ସହଯୋଗର ହାତ ଓ ବିଡ଼ିଓଙ୍କ ତଡିତ ପଦକ୍ଷେପ ଓ କାର୍ଯ୍ୟ ଦକ୍ଷତା ନେଇ ଗ୍ରାମବାସୀଙ୍କ ସହ ଗୁଲବାହର ଖୁବ ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମ ବାର୍ଷିକ ପାଳିତ

masiha

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

masiha

Leave a Comment

error: Content is protected !!