ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରାଇଘର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଙ୍ଗପୁର:( ତା ୨୫.୦୫.୨୦୨୬)(ରବି ନାରାୟଣ ମହାନ୍ତି) ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଉପ ଜିଲ୍ଲାପାଳ ଶରତ ମାଝୀ, ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ଝାଙ୍କର, ଡି ଏମ ଓ ଡ଼ ସୁକାନ୍ତ ଚନ୍ଦ୍ର ଶତପଥୀ, ଉମରକୋଟ ଏସ ଡି ପି ଓ ଶୁଭେନ୍ଦୁ ଶବର,ବି ଡି ଓ ରିତୁ ସିଂ,ତହସିଲଦାର ମନମୋହନ ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୨୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଶିବିରରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୦ ଜଣଙ୍କୁ ମଧୁବାବୁ ପେନସନ ସହାୟତା କାର୍ଡ,୧ ଜଣ ଦିଵ୍ୟାଙ୍ଗ ଙ୍କୁ ହୁଇଲ ଚେୟାର ଏବଂ ଅନ୍ତୋଦୟ ଗୃହ ଯୋଜନାର ୬ ଜଣ ହିତାଧିକାରୀ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଗଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

Sunil Chandra Nayak

ଘାଟିରେ ଓଲଟିଲା କାଠ ବୋଝେଇ ଗାଡ଼ି ବର୍ତ୍ତୀ ଗଲେ ଚାଳକ

Sunil Chandra Nayak

ମଧୁବାବୁ ମଣ୍ଡଳରେ ସ୍ୱଚ୍ଛ ଭାରତ ଅଭିଯାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ନାନ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!