ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ

ଭବାନୀପାଟଣା ତା ୮.୫.୨୦୨୩: ଆଜି ଭାରତୀୟ ରେଡକ୍ରସ ସୋସାଇଟୀ ,କଳାହାଣ୍ଡି ଶାଖା ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ସକାଳ ୭.୩୦ ମିନିଟ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ରେଡକ୍ରସ ସଭ୍ୟ ଓ ସ୍ଵେଚ୍ଛାସେବୀ,କଲେଜ ଛାତ୍ର ଛାତ୍ରୀ,ବିଭାଗୀୟ ଅଧିକାରୀଙ୍କ ଗ୍ରହଣରେ ଏକ ଶୋଭାଯାତ୍ରା ବାହାରି ସ୍ୱଚ୍ଛତା,ମାନବ ସେବା,ପରିବେଶ ସୁରକ୍ଷା, ସ୍ବାସ୍ଥ୍ୟ ସେବା,ସଡ଼କ ସୁରକ୍ଷା ଉପରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା ।ସଭା ପୂର୍ବରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ରେଡକ୍ରସ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ରୂପେ ସି ଡି ଓ,ଜିଲ୍ଲା ପରିଷଦ, କଳାହାଣ୍ଡି ଶ୍ରୀ ସଚିନ ପାୱାର ଯୋଗ ଦେଇ ରେଡକ୍ରସ ପ୍ରତିଷ୍ଠାତା ସର୍ ହେନେରୀ ଦୁନାଣ୍ଟ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲୋ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲା ରେଡ଼କ୍ରସ ସଂସ୍ଥା କଳାହାଣ୍ଡି ଶାଖାର କାର୍ଯ୍ୟ, ଆୟ ବ୍ୟୟ ବିବରଣୀ,ରକ୍ତ ଭଣ୍ଡାର, ସଂସ୍ଥା ର ସମ୍ପତ୍ତି ଉପରେ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ରେଡକ୍ରସ୍ ସ୍ବେଛାସେବୀମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରି ଏହି ସଂସ୍ଥା କୁ ଜିଲ୍ଲାରେ ଆହୁରି କ୍ରିୟାଶୀଳ କରିବାକୁ ମତ ରଖିଥିଲେ।ସୂଚନା ଅନୁଯାୟୀ ଆର୍ଥିକବର୍ଷ ୨୦୨୨-୨୩ରେ ସର୍ବମୋଟ ୧୬,୪୫,୬୭୨ ଟଙ୍କା ଆୟ ହୋଇଛି ତନ୍ମଧ୍ୟରୁ ୩୪ ଜଣଙ୍କୁ ଆର୍ଥିକ ସହାୟତା ବାବଦକୁ ୪,୪୮,୩୧୮ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲା ରେଡକ୍ରସ ସଂସ୍ଥାର ଭବାନୀପାଟଣା, ଧର୍ମଗଡ,ଜୁନାଗଡ ଓ କେସିଙ୍ଗା ଠାରେ ୨୬ ମେଡିକାଲ କେବିନ୍ ଓ୬୧ ଟି ଦୋକାନ ଗୃହ ଭଡ଼ାସୂତ୍ର ରେ ଦିଆଯାଇଛି।ଉପସ୍ଥିତ ସଭ୍ୟ ମାନେ ରେଡକ୍ରସ୍ ସଭ୍ୟ ମାନଙ୍କୁ ଆଇ ଡି କାର୍ଡ,ସମ୍ପୂର୍ଣ୍ଣ ଡାଟାବେସ ,ପରିଚାଳନା ବୈଠକ, ଆଜୀବନ ସଭ୍ୟ ବୃଦ୍ଧି, ଆୟ ଉପରେ ଗୁରୁତ୍ବ ଦେବାକୁ ମତ ରଖିଥିଲେ। ଏହି ଅବସରରେ ବ୍ୟକ୍ତିଗତ ସର୍ବୋଚ୍ଚ ରକ୍ତଦାତା ରୁପେ ରାଜେଶ ଗଉଡ଼, ସିର୍ଣିବାସ ପାତ୍ର, ଯୋଗେଶ୍ୱର ଅଗ୍ରୱାଲ, ଡ ଅନୁଜା ପାଣ୍ଡେ, ଶାନ୍ତି ମାଝୀ ଙ୍କୁ , ସର୍ବୋଚ୍ଚ ରକ୍ତଦାନ ସଂଗ୍ରହ ଅନୁଷ୍ଠାନ ରୂପେ ଜୀବନ ବିନ୍ଦୁ, ଜିଲ୍ଲା ବି ଜେ ଡି ମହିଳା ମଞ୍ଚ,ଆମ ଓଡ଼ିଶା ସମ୍ବାଦ, ପ୍ରଗତି ଡ଼ିଗ୍ରୀ କଲେଜ,ପୋଲିସ କଳାହାଣ୍ଡି ଙ୍କୁ ଏବଂ ସମାଜ ସେବା ତଥା ରକ୍ତଦାନ ସାହାଯ୍ୟ କ୍ଷେତ୍ରରେ ଶାନ୍ତନୁ ପରିଡ଼ା, ସୁନୀଲ ଶତପଥୀ,ସଚ୍ଚିଦାନନ୍ଦ ମହାକୁଡ, ସଂଜୀବ ସାହୁ,ସୁଧୀର ପଣ୍ଡାଙ୍କୁ ମୁଖ୍ୟ ଅତିଥି ଶ୍ରୀ ସଚିନ ପାୱାର ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ସେଭଳି ରେଡକ୍ରସ୍ ପ୍ରତିଷ୍ଠାତା ସର୍ ହେନରୀ ଡୁନାଣ୍ଟ ଙ୍କ ଏକ ସୁନ୍ଦର ଫଟୋଚିତ୍ର ଆଙ୍କିଥିବା ୮ ବର୍ଷ ବାଳକ ଅସ୍ମିତ୍ ଆର୍ଯ୍ୟାନ୍ ଶତପଥୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା। ଏହି ଅବସରରେ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନା ପରିସରରେ ବ୍ଲଡବ୍ୟାଙ୍କ ରେ ସ୍ଵେଚ୍ଛାସେବୀ ମାନେ ରକ୍ତ ଦାନ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଜୀବନ ସଭ୍ୟ ସୁରଜିତ ସିଂ ,ଅଜୟ ମିଶ୍ର, ଅଶୋକ ପଟ୍ଟନାୟକ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଜୀବିକା ଏକ୍ସପର୍ଟ କୁମୁଦିନୀ ମିଶ୍ର, ୟୁଥ୍ ରେଡକ୍ରସ,ଯୁବ ରେଡକ୍ରସ୍ ସଭ୍ୟ ,ସଞ୍ଜୟ ମିଶ୍ର,ମହେନ୍ଦ୍ର ପଣ୍ଡା,,ରବି କାନୁନଗୋ ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ।

masiha

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

Sunil Chandra Nayak

Leave a Comment

error: Content is protected !!